ସାମ୍ନାକୁ ଆସିଲା ଗତବର୍ଷ ଜୁନରେ ଗଲୱାନ ସଂଘର୍ଷର ନୂଆ ଭିଡ଼ିଓ । ଚୀନ ଗଣମାଧ୍ୟମରେ ସଇତାନ୍ ଷଡ଼ଯନ୍ତ୍ରର ସତ ।

98

କନକ ବ୍ୟୁରୋ : ଭାରତ ଓ ଚୀନ ସେନା ମଧ୍ୟରେ ଗଲୱାନ୍ ସଂଘର୍ଷକୁ ପ୍ରାୟ ୮ମାସ ବିତିଗଲାଣି । ପରସ୍ପରର ସହମତି ଭିତିରେ ପୂର୍ବ ଲଦାଖର ଏଲଏସି ନିକଟରୁ ଦୁଇ ଦେଶର ସେନା ପଛକୁ ହଟୁଛନ୍ତି । ଚୀନ ସେନା ଗଲୱାନ ଛାଡ଼ି ଚାଲିଯାଇଥିବା ବେଳେ ପେଙ୍ଗଙ୍ଗ ହ୍ରଦର ଫିଙ୍ଗର-୮ ପଛକୁ ହଟିଯାଇଛି । ଆଉ ଏହାରି ଭିତରେ ଗଲୱାନ ଗଣ୍ଡଗୋଳର ନୂଆ ଭିଡ଼ିଓ ଜାରି କରି ପୁଣି ପ୍ରୋପାଗଣ୍ଡା ଆରମ୍ଭ କରିଦେଇଛି ଚୀନ ।

ଗୋଟିଏ ପଟେ ଚୀନ ସେନା ଓ ଅନ୍ୟ ପଟେ ଭାରତୀୟ ସେନା । ଚୀନ ସେନା ପଟରେ ଶୀତ ପୋଷାକ ପିନ୍ଧିଥିବା ବ୍ୟକ୍ତି ପିଏଲଏର ଜଣେ ବରିଷ୍ଠ ଅଧିକାରୀ । କୁହାଯାଉଛି ନିକଟରେ ଏହି ଅଧିକାରୀଙ୍କୁ ସମ୍ମାନିତ କରିଛି ଚୀନ । କାରଣ ଗତବର୍ଷ ଜୁନରେ ଗଲୱାନ ଗଣ୍ଡଗୋଳ ବେଳେ ଭାରତୀୟ ସେନାକୁ ଅଟକାଇବାର ଦମ୍ଭ ଦେଖାଇଥିଲେ ପିଏଲଏର ଏହି ଅଧିକାରୀ ଜଣକ ।

ଗତବର୍ଷ ଜୁନ୍ ମାସରେ ହୋଇଥିବା ଗଲୱାନ ରକ୍ତାକ୍ତ ସଂଘର୍ଷରେ ଚୀନ୍ର ୪୦ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ଆମେରିକାର ଗୁଇନ୍ଦା ସଂସ୍ଥା କହିଥିଲା । ଏହି ଗଣ୍ଡଗୋଳରେ ଚୀନ୍ର ୩୫ରୁ ଅଧିକ ସୈନିକଙ୍କ ମୃତ୍ୟୁ ହୋଇଥିବା କହିଥିଲା ଭାରତ । ଏବେ ୪ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ଚୀନ୍ ସ୍ୱିକାର କରିବା ପରେ ଏହି ସଂଖ୍ୟାକୁ ନେଇ ଏବେବି ସନ୍ଦେହ ରହିଛି ।

ଏବେ ଆପଣଙ୍କ ଟିଭି ସ୍କ୍ରିନରେ ଚୀନ ସମ୍ମାନିତ କରିଥିବା ସୈନିକଙ୍କ ଫଟୋ । ପୂର୍ବ ଲଦାଖର ଗଲୱାନ ଘାଟିରେ ଗତବର୍ଷ ଜୁନରେ ହୋଇଥିବା ଗଣ୍ଡଗୋଳରେ ଚୀନ ସୈନିକଙ୍କ ମୃତ୍ୟୁ ହୋଇଥିବା ନେଇ ଫାଙ୍କି ଆସୁଥିଲା ବେଜିଂ । ହେଲେ ପ୍ରଥମଥର ପାଇଁ ଏହି ସତକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି ଜିନପିଙ୍ଗ ସରକାର । କାରଣ ଗଲୱାନ ସଂଘର୍ଷରେ ମୃତ ସୈନିକଙ୍କୁ ସମ୍ମାନିତ କରିଛି ବେଜିଂ । ଏନେଇ ଚୀନର ଏକ ସ୍ଥାନୀୟ ମିଡିଆ ଖବର ପ୍ରସାରଣ କରିବା ପରେ ସତ ପଦାକୁ ଆସିଛି ।

ପିଏଲଏର ୪ ଜଣ ସୈନିକଙ୍କୁ ମରୋଣତର ସମ୍ମାନ ପ୍ରଦାନ କରାଯାଇଛି । ସେହିପରି ସଂଘର୍ଷରେ ଗୁରୁତର ଆହତ ହୋଇଥିବା ଜଣେ କର୍ଣ୍ଣେଲ ସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି । ଚୀନର ସେଂଟ୍ରାଲ ମିଲିିଟାରୀ କମିଶନ ସୂଚନାକୁ ଆଧାର କରି ଏଭଳି ଖବର ପ୍ରକାଶ କରିଥିଲା ଚୀନ ମିଡିଆ ପିପୁଲ୍ସ ଡେଲି । ଏବେ ଚୀନର ଏକାଧିକ ମିଡ଼ିଆରେ ଏହି ଖବର ପ୍ରସାରଣ ହୋଇଛି । ଏପରିକି ଚୀନ ସରକାରଙ୍କ ମୁଖପତ୍ର କୁହାଯାଉଥିବା ଗ୍ଲୋବାଲ ଟାଇମସରେ ମଧ୍ୟ ୪ ସୈନିକଙ୍କୁ ମରଣୋତର ସମ୍ମାନ ପ୍ରଦାନ କରାଯିବାର ଭିଡ଼ିଓ ପ୍ରସାରଣ ହୋଇଛି ।

ଅପରପକ୍ଷରେ ସୀମା ବିବାଦକୁ ନେଇ ଶନିବାର ଦିନ ଭାରତ-ଚୀନ ମଧ୍ୟରେ କମାଣ୍ଡର ସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଦଶମ ପର୍ଯ୍ୟାୟରେ ଦୁଇ ଦେଶ ମଧ୍ୟରେ ବିବାଦର ସମାଧାନ ପାଇଁ ଆଲୋଚନା ହୋଇଛି । ଏଲଏସିରେ ଚୀନ ପଟେ ଥିବା ମଲଡୋଠାରେ ଲହି ଅଲୋଚନା ହୋଇଛି ।