ଓମିକ୍ରନ୍ ପରେ ଚିହ୍ନଟ ହେଲା କରୋନାର ନୂଆ ଭ୍ୟାରିଆଣ୍ଟ ‘IHU’ । ଜାଣନ୍ତୁ, ଏହା ଲୋକଙ୍କ ପ୍ରତି ହେବ କେତେ ଘାତକ

858

କନକ ବ୍ୟୁରୋ : ବିଶ୍ୱକୁ ଓମିକ୍ରନ୍ ଭୟ ଘାରିଥିବା ବେଳେ ଚିନ୍ତା ବଢାଇଲାଣି କରୋନାର ନୂଆ ଭ୍ୟାରିଆଣ୍ଟ । ଓମିକ୍ରନ୍ ପରେ ବୈଜ୍ଞାନିକମାନେ କରୋନାର ଆଉ ଏକ ଭ୍ୟାରିଆଣ୍ଟକୁ ଠାବ କରିଛନ୍ତି । ଏହି ଭାରିଆଣ୍ଟର ନାଁ ଆଇଏଚୟୁ ଭ୍ୟାରିଆଣ୍ଟ । ଓମିକ୍ରନ୍ ଆତଙ୍କରେ ସାରା ବିଶ୍ୱ ଆତଙ୍କିତ ଥିବା ବେଳେ ଚିନ୍ତା ବଢାଇଲାଣି ଆଇଏଚୟୁ ଭ୍ୟାରିଆଣ୍ଟ ।
ମିଳିଥିବା ସୂଚନା ଅନୁଯାୟୀ, କରୋନାର ନୂଆ ପ୍ରଜାତି ଆଇଏଚୟୁ ପ୍ରାୟ ୪୬ ଥର ରୂପ ବଦଳାଇସାରିଲାଣି । କୁହାଯାଉଛି ଏହା ମୂଳ କୋଭିଡ୍ ଭାଇରସଠାରୁ ଅଧିକ ସଂକ୍ରାମକ ହୋଇପାରେ ।
ରିପୋର୍ଟ ଅନୁଯାୟୀ, ଫ୍ରାନ୍ସରେ କରୋନାର ଏହି ନୂଆ ଭ୍ୟାରିଆଣ୍ଟ ଚିହ୍ନଟ କରାଯାଇଛି । ଫ୍ରାନ୍ସର ମାରସେଲରେ ଆଇଏଚୟୁ ଭ୍ୟାରିଆଣ୍ଟର ୧୨ଟି ମାମଲା ଚିହ୍ନଟ କରାଯାଇଛି । ଏହି ଭ୍ୟାରିଆଣ୍ଟ ସେହି ଲୋକଙ୍କଠାରେ ଦେଖାଦେଇଛି ଯେଉଁମାନେ ଆଫ୍ରିକା ଦେଶ କ୍ୟାମରୁନରୁ ପେରିଥିଲେ । ତେବେ କରୋନାର ଏହି ନୂଆ ଭ୍ୟାରିଆଣ୍ଟ ଆଇଏଚୟୁ କେତେ ସଂକ୍ରାମକ ହେବ ଏବଂ ଲୋକଙ୍କ ପ୍ରତି ଏହା କେତେ ଘତକ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । କିନ୍ତୁ ଫ୍ରାନ୍ସରେ ଏହାକୁ ନେଇ ଚିନ୍ତା ବଢିଯାଇଛି । କାରଣ ବର୍ତ୍ତମାନ ଫ୍ରାନ୍ସରେ ଓମିକ୍ରନ୍ ଲହର ତୀବ୍ର ଗତିରେ ମାଡିଚାଲିଛି । ପ୍ରତିଦିନ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୦ ପ୍ରତିଶତ ଲୋକେ ଓମିକ୍ରନରେ ଆକ୍ରାନ୍ତ ହେଉଛନ୍ତି । ଏହାରି ମଧ୍ୟରେ ନୂଆ ଭ୍ୟାରିଆଣ୍ଟ ମାମଲା ଚିହ୍ନଟ ହେବା ଚିନ୍ତାକୁ ଦୁଇଗୁଣିତ କରିଦେଇଛି