କେଉଁ ଭିଟାମିନ ଅଭାବରୁ କମିଯାଇଥାଏ ଆପଣଙ୍କର ସ୍ମୃତିଶକ୍ତି ? କେମିତି କରିବେ ଚିକିତ୍ସା

592

କନକ ବ୍ୟୁରୋ : ସୁସ୍ଥ ରହିବା ପାଇଁ ଜୀବନଶୈଳୀକୁ ଠିକ ରଖିବା ସହ ଖାଇବା ପିଇବା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଯଦି ଆପଣ ଦୈନିକ ଖାଉଥିବା ଖାଦ୍ୟରୁ ପର୍ଯ୍ୟପ୍ତ ପରିମାଣର ଭିଟାମିନ ମିଳୁଛି ତେବେ ଆପଣଙ୍କ ଶରୀର ଦୀର୍ଘ ସମୟ ପର୍ଯ୍ୟନ୍ତ ରୋଗ ସହିତ ଲଢିପାରିଥାଏ । ଭିଟାମିନ ‘ସି’ ‘ଇ’ ଓ ‘କେ’ ଭଳି ଶରୀର ପାଇଁ ଭିଟାମିନ-ବି୧୨ ର ପର୍ଯ୍ୟାପ୍ତ ଆବଶ୍ୟକତା ରହିଛି ।

ବୟସ୍କ ଲୋକଙ୍କ ପାଇଁ ଭୂଲିଯିବା ହେଉଛି ଏବେ ସମୟରେ ସବୁଠାରୁ ବଡ ରୋଗ । ବୟସ ବଢିବା ସହ ମଣିଷର ସ୍ମରଣଶକ୍ତି କମିଯାଇଥାଏ ଓ ଏହା ଅଧିକ ବଢିଗଲେ ଡେମୋସିଆ ରୋଗ ଆକ୍ରମଣ କରିପାରେ । ସ୍ମରଣଶକ୍ତି କମିଯିବା ଓ ଡେମୋସିଆ ରୋଗର ପ୍ରମୁଖ କାରଣ ହେଉଛି ଭିଟାମିନ -ବି୧୨ ର ଅଭାବ ।

ୟୁଏସ୍ ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥର ଏକ ରିପୋର୍ଟ ମୁତାବକ ଶରୀରରେ ଭିଟାମିନ ବି୧୨ କମିଯିବା ଫଳରେ ମିନିମଲ କଂଗନିଟିଭ ଇମ୍ପାୟାରମେଣ୍ଟ ଓ ଡେମୋସିଆ ଭଳି ରୋଗ ଆକ୍ରମଣ କରିପାରେ ।
ଜଣେ ବିଶେଷଜ୍ଞଙ୍କ ମତରେ ଭିଟାମିନ ବି୧୨ ଆମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ । ଏହାର ବୈଜ୍ଞାନିକ ନାମ କୋବାଲାମିନ ଅଟେ । ଏହା ବିଶେଷ ଭାବେ ଆମ ଶରୀରରେ ଥିବା ଲିଭରରେ ଷ୍ଟୋର ହୋଇଥାଏ  ଓ ଶରୀରର ଅନେକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ପରିଚାଳନାରେ ସହାୟତା କରିଥାଏ । ବିଶେଷ କରି ଭିଟାମିନ ବି୧୨  ଘୁଷୁରୀ ମାଂସ, କୁକୁଡା ମାଂସ, ଗୋମାଂସର ଯକୃତ, ପନିର, କ୍ଷୀର ଆଦିରୁ ମିଳିଥାଏ ।

ଭିଟାମିନ ବି ୧୨ ଶରୀରରେ କମ ହେଲେ ଏହା ସିଧାସଳଖ ଡିଏନଏ ସିନ୍ଥେସିସକୁ ପ୍ରଭାବିତ କରିଥାଏ । ଏହି କାରଣରୁ ରେଡ ବ୍ଲଡ ସେଲ ପ୍ରସ୍ତୁତ ହେବାର ଗତି ଧିମା ପଡିଥାଏ । ଏହାଫଳରେ ଘାତକ ରୋଗ ମେଗାଲୋବ୍ଲାଷ୍ଟିକ ହେବାର ସମ୍ଭାବନା ଥାଏ ।
ଅନ୍ୟପଟେ ହଜମଶକ୍ତି କମ ହେବା କାରଣରୁ ବି ମଣିଷ ଶରୀରରେ ଭିଟାମିନ ବି ୧୨ କମିଯାଇଥାଏ । ଏହାସହ ଶାକାହାରୀ ଲୋକଙ୍କ ଠାରେ ବି ଭିଟାମିନ ବି ୧୨ କମ ହେଉଥିବା ନଜର ରଖାଯାଇଛି । ଫଳରେ ସେମାନଙ୍କ ଠାରେ ଡିମୋସିଆ ଭଳି ରୋଗର ଲକ୍ଷଣ ଦେଖାଦେବାର ସମ୍ଭାବନା ଅଧିକ । ଏହି ରୋଗ ବିଶେଷ ଭାବେ ମଣିଷ ମସ୍ତିସ୍କର ସ୍ମ୍ରତିଶକ୍ତି ଉପରେ ପ୍ରଭାବ ପକାଇଥାଏ ।

ଯଦି ଆମେ ଏହି ରୋଗର ଲକ୍ଷଣ ବାବଦରେ ଆଲୋଚନା କରିବା ତେବେ ଏହି ରୋଗୀଙ୍କ ଠାରେ ପ୍ରଥମେ ମନେ ରଖିବାର କ୍ଷମତା ହ୍ରାସ ପାଇଥାଏ । ସର୍ବଦା ମନ ବିଚଳିତ ଅବସ୍ଥାରେ ରହିଥାଏ । ସବୁବେଳ ଥକ୍କା ଓ କମଜୋରୀ ଅନୁଭବ ହୋଇଥାଏ । ଚର୍ମର ରଙ୍ଗ ହଳଦିଆ ହୋଇଯାଇଥାଏ ।