ଅଡୁଆରେ ପ୍ରଚଣ୍ଡ ସରକାର, ରବି ଲମିଛାନେଙ୍କ ଦଳ ଆରଏସପି ସମର୍ଥନ ପ୍ରତ୍ୟାହାର ପାଇଁ ପ୍ରସ୍ତୁତ।

125

କନକ ବ୍ୟୁରୋ: ନେପାଳରେ ପୁଷ୍ପକମଲ ଦହଲ ପ୍ରଚଣ୍ଡ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହା ପରେ ତାଙ୍କ ସରକାର ନେଇ ବିବାଦ ଆରମ୍ଭ ହୋଇଛି । ମେଣ୍ଟରେ ସାମିଲ ଥିବା ଆରଏସପି ପ୍ରଚଣ୍ଡଙ୍କ ନେତୃତ୍ୱରେ ଗଠିତ ହୋଇଥିବା ମନ୍ତ୍ରିମଣ୍ଡଳରୁ ବାହାରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ରବି ଲାମିଛାନେଙ୍କ ନେତୃତ୍ୱଧୀନ ଦଳ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପରିଷଦର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସରକାର ନିକଟରୁ ସମର୍ଥନ ପ୍ରତ୍ୟାହାର ପାଇଁ ଏଥିରେ ନିଷ୍ପତ୍ତି ହୋଇଛି ।

ଦଳର ୧୯ ସାଂସଦ ମେଣ୍ଟରେ ଚତୁର୍ଥ ଦଳ । ଆରଆସପିର ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା ଏଥିରେ ଏଭଳି ବଡ ନିଷ୍ପତ୍ତି ନିଆଯାଇଛି । ଦଳର ମୁଖ୍ୟ ଦାବି ରହିଛି ଯେ ପିଏମଙ୍କ ନେତୃତ୍ୱାଧୀନ ସରକାରରେ ତାଙ୍କୁ ଗୃହ ମନ୍ତ୍ରାଳୟ ପ୍ରଦାନ କରାଯାଏ । ମେଣ୍ଟ ସମୟରେ ଏହା ଉପରେ ସହମତି ହୋଇଥିଲା । ତେବେ ପ୍ରଚଣ୍ଡ ସରକାର ଗଠନ ପରେ ଏଥିରୁ ଓହରି ଯାଇଥିଲେ । ସେ ସେତେବେଳ ଯାଏ ଅପେକ୍ଷା କରିବାକୁ କହିଥିଲେ ଯେତେବେଳ ଯାଏ ରବି ଲମିଛାନେଙ୍କ ବିରୋଧରେ ଥିବା ମାମଲାରେ ଅନ୍ତିମ ନିଷ୍ପତ୍ତି ନେଇ ନାହାନ୍ତି । ତେବେ ସୂଚନା ଏହା ମଧ୍ୟ ମିଳୁଛି ଯେ ଆରଏସପିର ସମସ୍ତ ନେତା ଗୃହ ମନ୍ତ୍ରାଳୟ ପାଇଁ ସରକାର ଛାଡିବାକୁ ପ୍ରସ୍ତୁତ ନୁହନ୍ତି ।