ସଡକ ଦୁର୍ଘଟଣାରେ ନ୍ୟାସନାଲ ସୁଟର ନମନ ପାଲିବାଲଙ୍କ ମୃତ୍ୟୁ , ମହିଳା ଖେଳାଳି ବି ଗୁରୁତର

193

କନକ ବ୍ୟୁରୋ : ଇନ୍ଦୋରରେ ରହୁଥିବା ନ୍ୟାସନାଲ ସୁଟର ନମନ ପାଲିବାଲଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଏହାସହ ତାଙ୍କ ଗାଡିରେ ବସିଥିବା ଜଣେ ମହିଳା ଖେଳାଳି ବି ଗୁରୁତର ହୋଇଥିବା ସୂଚନା ମିଳିଛି । କୁହାଯାଇଛି କି, ଧାର ନିକଟରେ ଦ୍ରୁତ ଗତିରେ ଗାଡି ଚାଳନା କରୁଥିବା ବେଳେ ଗାଡିଟି ଏକ ଡିଭାଇଡରରେ ପିଟି ହୋଇ ଏଭଳି ଦୁର୍ଘଟଣା ଘଟିଛି ।

ସୂଚନା ମୁତାବକ ନମନ ପାଲିବାଲ ଓ ଜଣେ ମହିଳା ଖେଳାଳି ଜୟପୁର ଠାରେ ଏକ ଜାତୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିଲେ । ଏହି ସମୟରେ ଧାର ଠାରେ ଗାଡିଟି ଭାରସାମ୍ୟ ହରାଇ ଏକ ଡିଭାଇଡରରେ ପିଟି ହୋଇଯାଇଥିଲା ଏହାପରେ ପାଖା ପାଖି ୫-୬ ମିଟର ପର୍ଯ୍ୟନ୍ତ ଗାଡିଟି ଓଲଟି ଓଲଟି ପଳାଇ ଯାଇଥିଲା । ଘଟଣା ସ୍ଥଳରେ ନମନ ପାଲିବାଲଙ୍କ ମୃତ୍ୟୁ ହୋଇଥିବା ବେଳେ ମହିଳା ଖେଳାଳି ଜଣଙ୍କ ଗୁରୁତର ହୋଇଛନ୍ତି, ତାଙ୍କ ଚିକିତ୍ସା ପାଇଁ ଇନ୍ଦୋର ପଠାଯାଇଛି । ନମନଙ୍କ ମୃତ୍ୟୁ ଖବର ପାଇବା ପରେ ଦୁଖ ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ ।