ଦୁଇ ଓଡିଆ ନିର୍ଦେଶକଙ୍କୁ ଜାତୀୟ ପୁରସ୍କାର

29

 ନୂଆଦିଲ୍ଲୀ : ନୂଆଦିଲ୍ଲୀ ବିଜ୍ଞାନଭବନ ଠାରେ ଆୟୋଜିତ ୬୩ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦେଶିତ ଓଡିଆ ଚଳଚ୍ଚିତ୍ର “ପାହାଡର ଲୁହ” କୁ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ରୂପେ ପୁରସ୍କୃତ କରିଛନ୍ତି । ମହାପାତ୍ର ମୁଭି ମ୍ୟାଜିକ୍ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦେଶକ ଶ୍ରୀ ମହାପାତ୍ର ଓ ପ୍ରଯୋଜକଙ୍କୁ ରଜତ କମଳ ଓ ଏକ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ପୁରସ୍କାର ବାବଦରେ ପ୍ରଦାନ କରାଯାଇଛି । ଏହା ପୂର୍ବରୁ ୬୨ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ମଧ୍ୟ ଶ୍ରୀ ମହାପାତ୍ରଙ୍କ ନିର୍ଦେଶିତ “ଆଦିମ ବିଚାର” ମଧ୍ୟ ପୁରସ୍କୃତ ହୋଇଥିଲା । ପୁରସ୍କାର ବିତରଣ ସମାରୋହରେ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର “ଦୂରନ୍ତ” ପାଇଁ ଓଡିଆ ନିର୍ଦେଶକ ସୈାମେନ୍ଦ୍ର ପାଢୀଙ୍କୁ ମଧ୍ୟ ରାଷ୍ଟ୍ରପତି ପୁରସ୍କୃତ କରିଛନ୍ତି ।

 ପୁରସ୍କାର ବାବଦରେ ସୈାମେନ୍ଦ୍ର ଓ ଚଳଚ୍ଚିତ୍ରର ପ୍ରଯୋଜକଙ୍କୁ ସ୍ୱର୍ଣ୍ଣକମଳ ସହିତ ଦେଢ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । “ଦୂରନ୍ତ “ଚଳଚ୍ଚିତ୍ର ଶିଶୁ ଧାବକ ବୁଦ୍ଧିଆ ସିଂହଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହୋଇଥିଲା ।