ବ୍ରିକ୍ସ ସମ୍ମିଳନୀରେ ଆଜି ପୁଣି ଆତଙ୍କବାଦ ପ୍ରସଙ୍ଗ ଦୋହରାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! ମିଳିତ ଭାବେ ଆତଙ୍କବାଦ ମୂଳପୋଛ କରିବାବୁ ଦେଲେ ଆହ୍ୱାନ
କନକ ବ୍ୟୁରୋ : ବ୍ରିକ୍ସ ସମ୍ମିଳନୀରେ ଆଜି ପୁଣି ଥରେ ଆତଙ୍କବାଦ ପ୍ରସଙ୍ଗ ଦୋହରାଇଲେ ମୋଦି । ଆତଙ୍କବାଦ ମୁକାବିଲା ପାଇଁ ସମସ୍ତେ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆତଙ୍କବାଦର ମୁକାବିଲା ପାଇଁ ନୂଆ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ବୋଲି ମୋଦି କହିଛନ୍ତି । ଏହା ସହ ସବ କା ସାଥ୍ ସବ କା ବିକାଶ ଉପରେ ଜୋର ଦେଇଛନ୍ତି ମୋଦି । ସମସ୍ତେ ଏକାଠି ହୋଇ ଆଗକୁ ବଢିବାକୁ ହେବ ବୋଲି ସେ କହିଛନ୍ତି । ଭାରତ ଏବେ ଡିଜିଟାଲ କ୍ଷେତ୍ରରେ କାମ କରୁଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଉ ଦ୍ରୁତ ଗତିରେ ବିକାଶ ଦିଗରେ ଆଗକୁ ବଢୁଛି । ନିଜ ଅଭିଭାଷଣରେ ସାଇବର ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବ୍ରିକ୍ସ ସମ୍ମିଳନୀରେ ବିଜିନେସ କାଉନସିଲକୁ ସମ୍ବୋଧିତ କରି ମୋଦି କହିଛନ୍ତ. ଆମ ସରକାର ବ୍ୟସାୟକୁୁ ସହଜ କରିବା ପାଇଁ ଅନକ ପଦକ୍ଷେପ ନେଉଛନ୍ତି । ଏହାସହ ପାଣପାଗ ପରିବର୍ତ୍ତନ ଉପରେ ମଧ୍ୟ ମୋଦି କହିଛନ୍ତି, ଯଦି ଆମକୁ ସବୁଜ–ସୁନ୍ଦର ଦୁନିଆ ତିଆରି କରିବାର ଅଛିି ତେବେ ମିଳିମିଶି କାମ କରିବା ପାଇଁ ପଡ଼ିବ ।
ସୂଚନାଯୋଗ୍ୟ, ଗତକାଲି ମଧ୍ୟ ମୋଦି ଆତଙ୍କବାଦ ପ୍ରସଙ୍ଗ ଉଠାଇଥିଲେ । ବ୍ରିକ୍ସ ସମ୍ମିଳନୀରେ ପାକିସ୍ତାନକୁ ଆତଙ୍କବାଦ ଯୋଗୁଁ ଜୋରଦାର ଝଟ୍କା ଲାଗିଛି । ସୋମବାର ପ୍ରକାଶିତ ମିଳିତ ଘୋଷଣାନାମାରେ ପ୍ରଥମଥର ପାଇଁ ପାକିସ୍ତାନଭିତ୍ତିକ ଜୈଶ ଓ ଲସ୍କର ଆତଙ୍କବାଦୀ ସଙ୍ଗଠନର ତୀବ୍ର ନିନ୍ଦା କରାଯାଇଛି । ଏଥିରେ ଚୀନ୍ର ଘନିଷ୍ଠ ବନ୍ଧୁ ଭାବେ ପାକିସ୍ତାନର ନାମ ଉଚ୍ଚାରଣ ହୋଇନଥିଲେ ମଧ୍ୟ ଆତଙ୍କବାଦ ଘଟାଇବା, ଏହାକୁ ସମର୍ଥନ ଓ ପ୍ରୋତ୍ସାହନ ଯୋଗାଉଥିବା ରାଷ୍ଟ୍ର ହିଂସା ପାଇଁ ଉତ୍ତରଦାୟୀ ହେବ ବୋଲି ଚେତାବନୀ ଦିଆଯାଇଛି । ତେବେ ଜୈଶ ମୁଖ୍ୟ ମସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ନିମନ୍ତେ ଜାତିସଂଘରେ ଅନ୍ତର୍ଜାତୀୟ ପ୍ରସ୍ତାବକୁ ବିରୋଧ କରିଆସିଥିବା ଚୀନ୍ ବ୍ରିକ୍ସ ମିଳିତ ଘୋଷଣାନାମାରେ ନିର୍ଦ୍ଦିଷ୍ଟ ପାକ୍ ଆତଙ୍କବାଦୀ ସଙ୍ଗଠନମାନଙ୍କ ନାମ ଉଲ୍ଲେଖକୁ ବିରୋଧ ନକରିବା ଏହାର ନୀତିରେ ପରିବର୍ତ୍ତନ ବୋଲି ଅନୁମାନ କରାଯାଇଛି ।