ମାଆ ଦୁର୍ଗାଙ୍କ ଗହଣା ତିଆରି କରୁଛନ୍ତି ମୁସଲମାନ କାରିଗର : ୩ ପିଢି ହେଲା କରୁଛନ୍ତି ଗହଣା କାମ

96

କନକ ବ୍ୟୁରୋ : ଭକ୍ତିରେ କୌଣସି ଜାତି, ଧର୍ମ ନଥାଏ । ମାଆଙ୍କ ପ୍ରତି ନିଜ ଶ୍ରଦ୍ଧା ଭାବର ଅନନ୍ୟ ଭକ୍ତି । ମୁସଲମାନ ହେଇ ବି ତାଙ୍କର ମାଆ ଦୂର୍ଗାଙ୍କ ପ୍ରତି ଥିବା ଶ୍ରଦ୍ଧା ଭାବ ସ୍ପଷ୍ଟ ବାରି ହୋଇପଡ଼ିଛି । ଦୂର୍ଗାପୂଜା ଆସିଲେ କଟକ ବାଙ୍କା ବଜାରର କିଛି ମୁସଲମାନ ପରିବାର ମାଆଙ୍କ କାମରେ ନିଜକୁ ନିୟୋଜିତ କରିଛନ୍ତି ।

ପିଢି ପରେ ପିଢି ଏହି ପରିବାରର ଛୋଟରୁ ବଡ଼ ସମସ୍ତେ ଲାଗି ପଡ଼ିଛନ୍ତି ମାଆଙ୍କ କାମରେ । ବାଙ୍କା ବଜାରର ସୟଦ ଆସଲାମ ଅଲ୍ଲୀ ବି ଏଥିରୁ ବାଦ୍ ପଡ଼ିନାହାନ୍ତି । ନିଜ ପରିବାର ସହ ମାଆଙ୍କ ମୂର୍ତ୍ତିରୁ ନେଇ ସମ୍ପୂର୍ଣ୍ଣ ରୂପ ଦେଇଥାନ୍ତି । ମାଆଙ୍କ ମେଢରୁ ନେଇ ସାଜ ଗହଣା ସବୁ ତିଆରି କରୁଛନ୍ତି । ମାଆଙ୍କ ମୁକୁଟରୁ ନେଇ ସମସ୍ତ ପ୍ରକାରର ଗହଣା ଆଦିର କାମ ୬୦ରୁ ୭୦ ମୁସଲିମ୍ ପରିବାର ସମ୍ପୂର୍ଣ୍ଣ ଭାବେ ନିୟୋଜିତ ହୋଇଛନ୍ତି ।