ବିଜେପିରେ ସାମିଲ ହେବେ ଅମରିନ୍ଦର! ସେପ୍ଟେମ୍ବର ୧୯ରେ ବିଧିବଦ୍ଧ ସାମିଲ ସମ୍ଭାବନା ।

167

କନକ ବ୍ୟୁରୋ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସର ଅଧ୍ୟକ୍ଷ କ୍ୟାପଟେନ ଅମରିନ୍ଦର ସିଂହ ସେପ୍ଟେମ୍ବର ୧୯ରେ ବିଜେପିରେ ସାମିଲ ହୋଇପାରନ୍ତି । ନିଜ ପୁଅ ରଣ ଇନ୍ଦର ସିଂହ, ଝିଅ ଜୟ ଇନ୍ଦର କୌର ଏବଂ ନୀତି ନିର୍ବାଣ ସିଂହଙ୍କ ସହ ସେ ବିଜେପିରେ ସାମିଲ ହେବା ନେଇ ସୂଚନା ମିଳୁଛି । ତାଙ୍କ ଦଳ ଆଧୀକାରିକା ଭାବେ ବିଜେପିରେ ବିଲୟ ହେବାକୁ ଯାଉଛି । ଏହାକୁ ନେଇ ପଞ୍ଜାବ ରାଜନୀତିରେ ମଧ୍ୟ ବଡ ହଲଚଲ ସୃଷ୍ଟି ହୋଇଛି ।

ବିଶ୍ୱସ୍ଥ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଅମରିନ୍ଦର ସିଂହ ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ସଭାରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେବେ । ତାଙ୍କ ସହ କଂଗ୍ରେସର ୬ରୁ ୭ ଜଣ ପୂର୍ବତନ ବିଧାୟକ ମଧ୍ୟ ଦଳରେ ସାମିଲ ହେବା ସମ୍ଭାବନା ରହିଛି ।

ନିର୍ବାଚନର କିଛି ଦିନ ପୂର୍ବରୁ କ୍ୟାପଟେନ ଅମରିନ୍ଦର ସିଂହ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ନେତୃତ୍ୱକୁ ନେଇ ବିବାଦ ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇଦିଆଯାଇଥିଲା । ସେ ପରେ ଦଳରୁ ଇସ୍ତଫା ଦେଇଥିଲେ । ସେତେବେଳେ ପଞ୍ଜାବ ରାଜନୀତିର କେନ୍ଦ୍ରରେ ଥିଲେ ନବଜୋତ ସିଂ ସିଦ୍ଦୁ । ସିଦ୍ଦୁ ଏବଂ ଅମରିନ୍ଦରଙ୍କ ମଧ୍ୟରେ ବୟାନବାଜି ପରେ ଦଳରେ ବିଶ୍ୃଙ୍ଖଳା ସୃଷ୍ଟି ହୋଇଥିଲା । କଂଗ୍ରେସ ଛାଡିବା ପରେ ସେ ନିଜର ଦଳ ଗଠନ କରିଥିଲେ । ବିଜେପିକୁ ସମର୍ଥନ ଦେବା ନେଇ ମଧ୍ୟ ଘୋଷଣା କରିଥିଲେ । ପୂର୍ବରୁ ସେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିସାରିଛନ୍ତି ।