ଶାରଜାହାରେ ମୁମ୍ବାଇର ଶାନଦାର୍ ବିଜୟ । ୧୦ ୱିକେଟରେ ବିଜୟ ହାସଲ କରି ଚେନ୍ନାଇର ପ୍ଲେଅଫ୍ସ ସ୍ୱପ୍ନକୁ ଅଧା ଭାଙ୍ଗିଦେଲା ମୁମ୍ବାଇ । 

360
କନକ ବ୍ୟୁରୋ: ଆଇପିଏଲ ଲଢ଼େଇ ଇତିହାସରେ ଚେନ୍ନାଇକୁ ପ୍ରଥମଥର ପାଇଁ ୧୦ ୱିକେଟରେ ମାତ୍ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ଚେନ୍ନାଇ ୨୦ ଓଭର ଖେଳି ମୁମ୍ବାଇ ସାମ୍ନାରେ ୧୧୫ ରନର ଟାର୍ଗେଟ ଦେଇଥିଲା । ହେଲେ ମୁମ୍ବାଇ ମାତ୍ର ୧୨ ଓଭର ୨ଟି ବଲରେ ବିନା କୌଣସି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି ।

ତେବେ ଟସ୍ ଜିତି ମୁମ୍ବାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ ବି ଦଳର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ଯାହାଫଳରେ ଚେନ୍ନାଇ ଏକ ବିଶାଳ ସ୍କୋର ଛିଡ଼ା କରିବାରେ ବିଫଳ ହୋଇଥିଲା । ତେବେ ଚେନ୍ନାଇ ପାଇଁ ଆଜିର ମ୍ୟାଚ୍ କର ବା ମର ଭଳି ସ୍ଥିତିରେ ଥିବାବେଳେ କିଛି ଚମତ୍କାର କରିପାରିଲାନି ଚେନ୍ନାଇ । ଫଳରେ ଆଗକୁ ଚେନ୍ନାଇର ଥିବା ୩ଟି ଯାକ ମ୍ୟାଚରୁ ୩ଟି ମ୍ୟାଚକୁ ଜିତିବାକୁ ପଡ଼ିବ । ଏହାସହ ଅନ୍ୟ ଦଳ ଉପରେ ଚେନ୍ନାଇର ଫ୍ଲେଅଫ୍ସ ଖେଳିବାର ଭାଗ୍ୟ ନିର୍ଭର କରିବ ।