ଏମିତି ଏକ ଦୁର୍ଲଭ ଛତୁ । ଯାହାର ଦାମ କିଲୋ ପିଛା ରହିଛି ୨୦ ହଜାର ଟଙ୍କା ।

530

କନକ ବ୍ୟୁରୋ : ଉତ୍ତର କୋରିଆର ହାମଗୟୁଆନ ଅଞ୍ଚଳ । ଏହି ଅଂଚଳରେ ଏମିତି ଏକ ଛତୁ ମିଳେ ଯାହାର ମୂଲ୍ୟ କିଲୋ ପିଛା ପ୍ରାୟ ୨୦ ହଜାର ଟଙ୍କା । ଏହି ଛତୁ ଦେବଦାରୁ ଗଛ ତଳେ ମିଳୁଥିବାବେଳେ ଏହି ଛତୁକୁ ଖୋଜି ପାଇବା କାଠିକର ପାଠ ହୋଇପଡ଼ିଥାଏ । କାରଣ ଏହି ଛତୁକୁ ଦେବଦାରୁ ଗଛ ମୂଳରୁ ଖୋଜିବା ପାଇଁ ପର୍ଯ୍ୟାପ୍ତ ଅଭିଜ୍ଞତାର ଆବଶ୍ୟକତା ପଡିଥାଏ । ଯେଉଁମାନଙ୍କର ଅନୁଭୂତି କମ ଥାଏ, ଦିନ ଯାକ ଛତୁ ଖୋଜିଲେ ବି ସେମାନଙ୍କୁ କିଛି ମିଳିପାରି ନଥାଏ । ଉତ୍ତର କୋରିଆର ମାଉଣ୍ଟ ଚିଲବୋରେ ଏହି ଛତୁ ପର୍ଯ୍ୟାପ୍ତ ପରିମାଣର ମିଳୁଥିବାବେଳେ ଏହି ଛତୁ ଯେତେ ତାଜା ହୋଇଥାଏ ସେତେ ମୂଲ୍ୟ ବଢିଥାଏ । କିନ୍ତୁ ଏହି ଛତୁ ତୋଳାଯିବାର ଅଳ୍ପ କିଛି ସମୟ ମଧ୍ୟରେ ଖରାପ ହୋଇଯିବାର ମଧ୍ୟ ଆଶଙ୍କା ଥାଏ । ଏହି ଛତୁ ଉତ୍ତର କୋରିଆରୁ ଜାପାନ, ଚୀନ ଓ ୟୁରୋପକୁ ରପ୍ତାନି କରାଯାଇଥାଏ ।

କାହିଁକି ମୂଲ୍ୟବାନ ହୋଇଥାଏ ଏହି ଛତୁ ?
ଏହି ଛତୁ ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥିବାବେଳେ ଅନେକ ଔଷଧୀୟ ଗୁଣ ଏଥିରେ ଭରପୁର ହୋଇ ରହିଥାଏ । ସେଥିପାଇଁ ତ ଏହି ଛତୁର ୧୦୦ ଗ୍ରାମ ପିଛା ମୂଲ୍ୟ ୨ ହଜାର ଟଙ୍କା ବା ତା ଠାରୁ ଅଧିକ ରହିଥାଏ । ଅନ୍ୟପଟେ ଏହି ଛତୁ ସମସ୍ତଙ୍କୁ ମିଳିପାରି ନଥାଏ । ଖୁବ କମ ଲୋକଙ୍କୁ ଏହା ମିଳିଥାଏ । ଦେବଦାରୁ ଗଛ ମୂଳରେ ବର୍ଷକର ମାତ୍ରା କିଛି ଦିନ ପାଇଁ ଏହି ଛତୁ ହିଁ ମିଳିପାରିଥାଏ । ତେଣୁ ବିଶ୍ୱରେ ମିଳୁଥିବା ଅନ୍ୟ ଛତୁଠାରୁ ଏହାର ମୂଲ୍ୟ ଅଧିକ ରହିଥାଏ ।