ପିଆଜକୁ ନେଇ ସୋସିଆଲ୍ ମିଡିଆରେ ମଜାଳିଆ ପୋଷ୍ଟ । ବାହୁବଳୀଙ୍କ କାନ୍ଧରେ ଶିବଲିଙ୍ଗ ନୁହେଁ ରହିଛି ବିରାଟ ପିଆଜ, ଗବର କହୁଛନ୍ତି, ହାତ୍ ନେହିଁ, ଏ ପିୟାଜ୍ ମୁଝେ ଦେ ଦେ ଠାକୁର

675

କନକ ବ୍ୟୁରୋ: ଫିଲ୍ମ ବାହୁବଲୀର ଏହି ସିନ୍ ସମସ୍ତଙ୍କୁ ବେଶ ପସନ୍ଦ ଆସିଥିଲା । ଯେତେବେଳେ ଶିବଲିଙ୍ଗକୁ ନିଜ କାନ୍ଧରେ ଉଠାଇ ଜଳାଭିଷେକ କରାଇଥିଲେ ସାଉଥ ଷ୍ଟାର ପ୍ରଭାସ । ତେବେ ଆପଣ ଭାବୁଥିବେ ବାହୁବଳୀ ଫିଲ୍ମର ସିନ୍ ଦେଖାଇବାର ଆବଶ୍ୟକତା ଆଜି କାହିଁକି ପଡିଛି । ଏବେ ଟିକେ ଏହି ଚିତ୍ରକୁ ଭଲ କରି ଦେଖନ୍ତୁ । ଦିନକୁ ଦିନ ପିଆଜ ଦର ଆକାଶଛୁଆଁ ହେଉଥିବା ବେଳେ ସୋସିଆଲ୍ ମିଡିଆରେ ଏବେ ଏମିତି ଅକେକ ମିମ୍ସ ଦେଖିବାକୁ ମିଳୁଛି ।

ପିଆଜ ଦରରେ ଲାଗିଛି ନିଆଁ । ଦରବୃଦ୍ଧିକୁ ନେଇ ଚାଲିଛି ଟ୍ରୋଲ୍ । ପିଆଜ ଦରବୃଦ୍ଧିକୁ ନେଇ ଖାଉଟି ଚିନ୍ତାରେ ଥିବା ବେଳେ ସୋସିଆଲ୍ ମିଡିଆରେ ଅନେକ ମଜାଳିଆ ପୋଷ୍ଟ ଦେଖିବାକୁ ମିଳୁଛି । ବଲିଉଡ୍ ଫିଲ୍ମକୁ ନେଇ ପିଆଜର ଦରବୃଦ୍ଧିର ଏଭଳି କିଛି ମଜାଳିଆ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ।

ଏହି ପୋଷ୍ଟରେ ବାହୁବଲୀ ଫିଲ୍ମର ନାଁକୁ ବଦଳାଇ କାନ୍ଦାବଲୀ ରଖାଯାଇଛି । କାନ୍ଦା ଅର୍ଥାତ ପିଆଜ । ଫିଲ୍ମରେ ଅଭିନେତା ପ୍ରଭାସ ଶିବଲିଙ୍ଗକୁ କାନ୍ଧରେ ଉଠାଇଥିବାବେଳେ, ଏହି ପୋଷ୍ଟରେ ପିଆଜକୁ ନିଜ କାନ୍ଧରେ ଉଠାଇଛନ୍ତି । ଫିଲ୍ମ ସୋଲେର ଏହି ଦୃଶ୍ୟ ସମସ୍ତଙ୍କର ମନେ ଥିବ । ଯେତେବେଳେ ଗବର କହେ, ୟେ ହାତ, ମୁଝେ ଦେ ଦେ ଠାକୁର । କିନ୍ତୁ ଏହି ପୋଷ୍ଟରେ ଗବର କହୁଛନ୍ତି, ୟେ ପିୟାଜ୍ ମୁଝେ ଦେ ଦେ ଠାକୁର ।

ଫିଲ୍ମ ହେରାଫେରୀର ଏହି ସିନକୁ ପିଆଜ ଦରବୃଦ୍ଧି ସହ ତୁଳନା କରି ଏହି ମଜାଳିଆ ପୋଷ୍ଟଟି ହୋଇଛି । ଏବେ ଏହି ପୋଷ୍ଟଟିକୁ ଟିକେ ଭଲଭାବେ ଦେଖନ୍ତୁ । ସଲମାନ ଖାନ୍ ଏବଂ ଶାହାରୁଖ ଖାନଙ୍କ ଅଭିନୀତ କରନ ଅର୍ଜୁନ ଫିଲ୍ମ ପ୍ରାୟତଃ ସମସ୍ତ ଦେଖିଥିବେ । ଯେଉଁଥିରେ ତାଙ୍କ ମା କହୁଥିଲେ ମେରେ କରନଅର୍ଜୁନ ଆୟେଙ୍ଗେ । କିନ୍ତୁ ଏହି ମଜାଳିଆ ପୋଷ୍ଟରେ ଲେଖାଯାଇଛି, ମେରା କରନ ଅର୍ଜୁନ ଦୋ କିଲୋ ପିୟାଜ୍ ଲେକେ ଆୟେଙ୍ଗେ । ଭାଇରାଲ୍ ହେଉଥିବା ଆଉ କିଛି ପୋଷ୍ଟ ଉପରେ ନଜର ପକାନ୍ତୁ ।
ଦିନକୁ ଦିନ ପିଆଜ ଦର ବଢିବଢିଚାଲିଛି । ଏପରିକି ମାୟାନଗରୀ ମୁମ୍ବାଇରେ ପିଆଜ କିଲୋ ପ୍ରତି ୧୦୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି । ଓଡିଶାରେ ମଧ୍ୟ କିଲୋ ପ୍ରତି ୮୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି ପିଆଜ । ଆଉ ଏହାକୁ ନେଇ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ଅନେକ ମଜାଳିଆ ପୋଷ୍ଟ ।