ବିମାନରେ ବିସ୍ଫୋଟକ ଥିବା ନେଇ ଗୁଜବ ! ଏକ ଘଣ୍ଟା ଧରି ଅଟକି ରହିଲା ମୁମ୍ବାଇରୁ ଲକ୍ଷ୍ନୌ ଯିବାକୁ ଥିବା ବିମାନ ।  

69

ଆଜି ସକାଳେ ମୁମ୍ବାଇରୁ ଲଖନଉଁ ଯାଉଥିବା ଆନ୍ତର୍ଜାତିକ ବିମାନବନ୍ଦରରେ ଏକ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଛି। ବିମାନରେ ବିସ୍ଫୋଟକ ଥିବା ନେଇ ଧମକ ମିଳିବାରୁ ଏହାକୁ ଅବତରଣ କରାଯାଇଥିଲା । Bomb Threat Assessment Committee (BTAC) ବିସ୍ଫୋଟକ ଖୋଜିବାକୁ ମଧ୍ୟ ଚେଷ୍ଟା କରିଥିଲେ । କିନ୍ତୁ ଏଭଳି କୌଣସି ଅସୁବିଧା ନଥିବାରୁ ବିମାନ କର୍ମଚାରୀ ଏହାକୁ ନିରାପଦ ଘୋଷଣା କରିଥିଲେ । ବିମାନ ସୂଚୀ ଅନୁସାରେ ସକାଳ ୬.୦୫ ସମୟରେ ବାହାରିବାକୁ ଥିବା ବିମାନ ଉଡାଣ ନଭରି ହଠାତ୍ ଅଟକି ଯାଇଥିଲା ।

ସୁତ୍ର ଅନୁସାରେ , ଗୋ ଏୟାର ଫ୍ଲାଇଟ୍ ଜି୮ ୩୨୯ ରୁ ଦିଲ୍ଲୀ ଯାଉଥିବା ଜରେ ମହିଳା ଯାତ୍ରୀ ଟି୧ ରେ ଇଣ୍ଡିଗୋ ଚେକ୍ ଇନ୍ କାଉଣ୍ଟରରେ ଯାଇ ବିମାନରେ ବମ୍ ଥିବା କଥା କହିଥିଲେ । ଏହାଛଡା ସେ କିଛି ଲୋକଙ୍କ ଫଟୋ ମଧ୍ୟ ଦେଖାଇଥିଲେ ଏବଂ ସେମାନଙ୍କୁ ରାଷ୍ଟ୍ର ପାଇଁ ବିପଦ କହିଥିଲେ । ଏହାପରେ ମହିଳାଙ୍କୁ ସିଆଇଏସଏଫ୍ କର୍ମୀ ପଚରାଉଚରା କରିଥିଲେ । ପରେ ମହିଳାଙ୍କ ମାନସିକ ସନ୍ତୁଳନ ଠିକ୍ ନଥିବା କହି ବିମାନକୁ ୧ ଘଣ୍ଟା ବିଳମ୍ବରେ ଉଡିବାକୁ ପଡିଥିଲା ।