ଆମେରିକା ମାଟିରୁ ମୋଦୀଙ୍କୁ ରାହୁଲଙ୍କ ଟାର୍ଗେଟ୍ : କହିଲେ, ସବୁ ଜାଣିଛନ୍ତି ପ୍ରଧାନମନ୍ତ୍ରୀ, ଭଗବାନଙ୍କୁ ବି ବୁଝାଇପାରିବେ

173

କନକ ବ୍ୟୁରୋ : ତିନି ଦିନିଆ ଆମେରିକା ଗସ୍ତରେ କଂଗ୍ରେସ ନେତା ରାହୁଲ । ସାନ୍ ଫ୍ରାନ୍ସିସ୍କୋରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରି ରାହୁଲ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । କହିଛନ୍ତି, ଭାରତରେ କିଛି ଏମିତି ଲୋକ ଅଛନ୍ତି, ଯେଉଁମାନେ ଭାବନ୍ତି ସେ ସବୁକିଛି ଜାଣିଛନ୍ତି । ସେଥିମଧ୍ୟରୁ ଜଣେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଲାଗେ, ସେ ସବୁ ଜାଣନ୍ତି ।

ଏମିତିକି ବ୍ରହ୍ମାଣ୍ଡରେ କ’ଣ ଚାଲିଛି, ସେ ନେଇ ଭଗବାନଙ୍କୁ ବୁଝାଇବାର ବି କ୍ଷମତା ରଖିଛନ୍ତି ମୋଦୀ । ସେ ବୈଜ୍ଞାନିକମାନଙ୍କୁ ବିଜ୍ଞାନ ସମ୍ପର୍କରେ ଏବଂ ଇତିହାସ ସମ୍ବନ୍ଧରେ ଐତିହାସିକମାନଙ୍କୁ ମଧ୍ୟ ବୁଝାଇପାରିବେ ବୋଲି କଟାକ୍ଷ କରି କହିଛନ୍ତି ରାହୁଲ । ଏହି ଅବସରରେ ରାହୁଲ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡ଼ ଯାତ୍ରାର ଅନୁଭୂତି ସମ୍ପର୍କରେ ମଧ୍ୟ ଭାରତୀୟ ସମୁଦାୟଙ୍କ ସହ ବାଣ୍ଟିଥିଲେ ।