କରୋନା ପରେ ‘ମଙ୍କିପକ୍ସ’ । ବ୍ରିଟେନବାସୀଙ୍କର ବଢିଲା ଚିନ୍ତା । କ’ଣ ଏହି ମଙ୍କିପକ୍ସ ଭାଇରସ ପଢନ୍ତୁ …

132

କନକ ବ୍ୟୁରୋ: ବ୍ରିଟେନରେ କରୋନା ପରେ ବର୍ତ୍ତମାନ ମଙ୍କିପକ୍ସ ଭାଇରସ ଆତଙ୍କ । ଏହି ଭାଇରାସ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଧିରେ ଧିରେ ଏହାର ପ୍ରଭାବ ସମସ୍ତ ଅଞ୍ଚଳରେ ବଢିଚାଲିଛି । ପଶୁଙ୍କ ଠାରୁ ମଣିଶ ଶରୀରକୁ ଏହି ଭାଇରସ ଆସୁଥିବା ଜଣାପଡିଛି ।

ବ୍ରିଟେନର ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁଯାୟୀ ମଙ୍କିପକ୍ସ ଭାଇରସର ଗୋଟିଏ ମାମଲା ସାମ୍ନାକୁ ଆସିଛି । ଯେଉଁ ବ୍ୟକ୍ତିଙ୍କ ଠାରେ ଏହି ବାଇରସ ଚିହ୍ନଟ ହୋଇଛି ସେ ନିକଟରେ ନାଇଜେରିଆ ଗସ୍ତ କରି ଫେରିଥିଲେ । ୟୁକେ ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି (ୟୁକେଏଚଏସଏ) କହିଛି ଯେ, ମଙ୍କିପକ୍ସ ଭାଇରସ ଗୋଟିଏ ସଂକ୍ରମିତ ଭୂତାଣୁ । ଏହା ବହୁତ କମ ଦେଖାଯାଇଥାଏ । ଏହା ଲୋକଙ୍କ ମଧ୍ୟରେ ସହଜରେ ବ୍ୟାପିନଥାଏ । ଏହି ଭାଇରସ ଦ୍ୱାରା ସଂକ୍ରମିତ ଲୋକ କିଛି ସପ୍ତାହ ମଧ୍ୟରେ ଠିକ୍ ହୋଇଯାଇଥାନ୍ତି । ତେବେ କିଛି କ୍ଷେତ୍ରରେ ଏହା ଗମ୍ଭୀର ରୂପ ନେଇପାରେ ।

ୟୁକେଏଚଏସଏର ନିର୍ଦ୍ଦେଶକ ଡାକ୍ତର କଲିନ ବ୍ରାଉନ କହିଛନ୍ତି, ଏହା ଉପରେ ଗୁରୁତ୍ୱ ଦେବା ମହତ୍ତ୍ୱପୂର୍ଣ୍ଣ ଯେ ଶୀଘ୍ର ଏହା ଲୋକଙ୍କ ଭିତରେ ବ୍ୟାପୁନାହିଁ । ଏହାର ପ୍ରଭାବ ମଧ୍ୟ କମ ରହିଛି । ଆମେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସେବା ସହ ମିଶି କାମ କରିଚାଲିଛୁ । ଯେଉଁମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି ତାଙ୍କର ଅଧିକ ପରୀକ୍ଷା କରି ତଥ୍ୟ ହାସଲ କରାଯାଇପାରିବ । ଏହା କରିବା ଦ୍ୱାର କଣ ତାଙ୍କୁ ଉପଦେଶ ଦିଆଯାଇପାରିବ ।

କ’ଣ ଏହି ମଙ୍କିପକ୍ସ ଭୂତାଣୁ?
ହୁର କହିବାନୁଯାୟୀ, ମଙ୍କିପକ୍ସ ଜୀବଜନ୍ତୁଙ୍କ ପାଖରୁ ମଣିଷଙ୍କୁ ବ୍ୟାପୁଥିବା ଭୂତାଣୁ । ଏହି ରୋଗ ମଧ୍ୟ ଏବଂ ପଶ୍ଚିମ ଆଫ୍ରିକାର ଦେଶରେ ବ୍ୟାପିଥାଏ । ଏଠାରୁ ହିଁ ଏହା ଅନ୍ୟଦେଶକୁ ବ୍ୟାପିଥାଏ । ଏହି ରୋଗ ଜୀବଜନ୍ତୁଙ୍କ ସହ ସିଧା ସମ୍ପର୍କରେ ଆସିବା ପରେ ବ୍ୟାପିଥାଏ । ସ୍ମଲପକ୍ସ ଭଳି ଏହି ରୋଗର ବିଭିନ୍ନ ଲକ୍ଷଣ ଥାଏ ।
ମଙ୍କିପକ୍ସର ଲକ୍ଷଣ
ମଙ୍କିପକ୍ସର ପ୍ରାରମ୍ଭିକ ଲକ୍ଷଣ ଭିତରେ ଜ୍ୱର, ମୁଣ୍ଡବିନ୍ଧା, ଦେହରେ ଅସ୍ୱାଭାବିକ ଯନ୍ତ୍ରଣା, ପିଠିରେ ପିଡା, ଶୀତ ଲାଗିବା, ଦେହ ଥକା ଲାଗିଥାଏ । ମୁହଁରେ ଛୋଟ ଛୋଟ ଦାନା ତିଆରି ହୋଇଥାଏ । ଏହା ଧିରେ ଧିରେ ଦେହର ବିଭିନ୍ନ ସ୍ଥାନକୁ ବ୍ୟାପିଯାଇଥାଏ ।
କେମିତି ବ୍ୟାପେ ମଙ୍କିପକ୍ସ?
ମଙ୍କିପକ୍ସ ଦ୍ୱାର ସଂକ୍ରମିତ ଯେତେବେଳେ ଅନ୍ୟମାନଙ୍କ ସମ୍ପର୍କରେ ଆସିଥାଏ ସେତେବେଳେ ଏହା ବ୍ୟାପିଥାଏ । ଭୂତାଣୁ ନାକ, ଆଖି, ମୁହଁ ଜରିଆରେ ଶରୀର ଭିତରେ ପ୍ରବେଶ କରିଥାଏ । ୟୁକେରେ ମଙ୍କିପକ୍ସ ଭାଇରସର ପ୍ରଥମ ମାମଲା ୨୦୧୮ରେ ସାମ୍ନାକୁ ଆସିଥିଲା । ତେବେ ସେବେଠାରୁ ଆଜି ଯାଏ ଆଉ ସେଭଳି କୌଣସି ସଂକ୍ରମିତ ଚିହ୍ନଟ ହୋଇନଥିଲେ । ମଙ୍କିପକ୍ସ ଭାଇରସ ପ୍ରଥମ ଥର ୧୯୭୦ରେ ଚିହ୍ନଟ ହୋଇଥିଲେ । ଆଫ୍ରିକାର କଙ୍ଗୋରେ ଏହା ଦେଖାଯାଇଥିଲା । ୨୦୦୩ରେ ଆମେରିକା ସମେତ ଅନ୍ୟ ଦେଶରେ ଏହା ବ୍ୟାପିଥିଲା ।