ମୋଦୀ ବିଶ୍ୱର ୧ ନମ୍ବର ନେତା । ତାଙ୍କ ପଛକୁ କିଏ?

1,045

କନକ ବ୍ୟୁରୋ: ସାରା ବିଶ୍ୱରେ ସବୁଠୁ ଆଗରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶକ୍ତିଶାଳୀ ରାଷ୍ଟ୍ରମାନଙ୍କ ପାୱାରଫୁଲ ନେତାଙ୍କୁ ପଛରେ ପକାଇ ବିଶ୍ୱର ନମ୍ବର ୱାନ୍ ନେତା ଭାବେ ଉଭା ହୋଇଛନ୍ତି ମୋଦୀ । ‘ଗ୍ଲୋବାଲ ଲିଡର ଆପୁଭାଲ ରେଟିଙ୍ଗ ଲିଷ୍ଟ’ର ସର୍ବାଗ୍ରେ ରହଛି ମୋଦୀଙ୍କ ନାଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଡେଙ୍ଗୁରା ଆଉ ଦେଶ ଭିତରେ ସୀମିତ ନରହି ସାରା ବିଶ୍ୱରେ ବାଜୁଛି । ଆମେରିକାର ‘ଡାଟା ଇଣ୍ଟେଲିଲେନ୍ସ ଫର୍ମ ମର୍ଣ୍ଣିଙ୍ଗ କନସଲ୍ଟ ‘ଦ୍ୱାରା ନିକଟରେ ହୋଇଥିବା ଗ୍ଲୋବାଲ ଲିଡର ଆପୁଭାଲ ରେଟିଙ୍ଗ ସର୍ଭେରେ ଯାହା ଫଳାଫଳ ମିଳିଛି ତାହା ଦେଶବାସୀଙ୍କ ପାଇଁ ଖୁସି ଖବର ନିଶ୍ଚୟ । କାରଣ ଏହି ସର୍ଭେରେ ଟପ୍ ରେଟିଙ୍ଗରେ ଅଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସର୍ଭେରେ ବିଶ୍ୱର ନେତା ମାନଙ୍କ ଲୋକପ୍ରିୟତା ଉପରେ ଏକ ପୁଙ୍ଗାନୁଫୁଙ୍ଖ ସର୍ଭେ କରାଯାଇଛି । ଯେଉଁଥିରେ ମୋଦୀଙ୍କ ନାଁ ତ ଆଗରେ ରହିଛି । ତାଙ୍କ ଆଖପାଖରେ ବି କୌଣସି ନେତାଙ୍କ ନାଁ ନଜର ଆସୁନାହିଁ ।ଏହି ତାଲିକାରେ ବିଶ୍ୱର କେଉଁ ନେତା କେତେ ସ୍ଥାନରେ ଅଛନ୍ତି ଆସନ୍ତୁ ଜାଣିବା ।

ବିଶ୍ୱ ନେତାଙ୍କ ଲୋକପ୍ରିୟତା ସର୍ଭେ ତାଲିକା:
ନେତା                                              ଲୋକପ୍ରିୟତା
ନରେନ୍ଦ୍ର ମୋଦୀ( ଭାରତ)                      ୭୧%
ଲୋପେଜ୍ ଓବ୍ରାଡର(ମ୍ୟାକ୍ସିକୋ)              ୬୬%
ମାରିଓ ଦ୍ରାଘି (ଇଟାଲି)                          ୬୦%
ଫୁମିୟୋ କିସିଦା(ଜାପାନ୍)                     ୪୮%
ଓଲାଫ୍ ସ୍କୋଲଜୋ(ଜର୍ମାନୀ)                  ୪୪%
ଜୋ ବାଇଡେନ୍(ଆମେରିକା)                  ୪୩%
ଜଷ୍ଟିନ୍ ଟ୍ରୁଡୋ(କାନାଡା)                         ୪୩%
ସ୍କାଟ୍ ମୋରିସନ୍(ଅଷ୍ଟ୍ରେଲିଆ)                  ୪୧%
ପେଡ୍ରୋ ସାନଚେଜ୍(ସ୍ପେନ୍)                     ୪୦%
ମୁନ୍ ଜେ-ଇନ୍ (ଦକ୍ଷିଣ କୋରିଆ)             ୩୮%
ଜାୟର ବୋଲସୋନାରୋ (ବ୍ରାଜିଲ)          ୩୭%
ଇମାନୁଏଲ ମ୍ୟାକ୍ରୋନ୍ (ଫ୍ରାନ୍ସ)                ୩୪%
ବୋରିସ୍ ଜନସନ୍(ବ୍ରିଟେନ୍)                    ୨୬%

ଲୋକପ୍ରିୟ ନେତାଙ୍କ ଏହି ସର୍ଭେ ୧୩ଟି ଦେଶକୁ କରାଯାଇଥିଲା । ଆମେରିକାର ଡାଟା ଇଣ୍ଟେଲିଜେନ୍ସ ଫର୍ମ ମର୍ଣ୍ଣିଙ୍ଗ କନସଲ୍ଟ ପଲିଟିକାଲ ଇଣ୍ଟେଲିଜେନ୍ସ ବର୍ତ୍ତମାନ ସମୟରେ ଆମେରିକା ବ୍ୟତୀତ ଅଷ୍ଟେଲିଆ, ବ୍ରାଜିଲ, କାନାଡା, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଟାଲି, ଜାପାନ , ମ୍ୟାକ୍ସେିକୋ, ଦକ୍ଷିଣ କୋରିଆ, ସ୍ପେନ୍ ଓ ୟୁନାଇଟେଡ୍ କିଙ୍ଗମ୍ର ନେତାଙ୍କ ରେଟିଂ ପଏଣ୍ଟ ଉପରେ ନଜର ରଖିଛି ।