ସାମାନ୍ୟ ବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରୂପରେଖ : ନିଷିଦ୍ଧାଞ୍ଚଳ ବାହାରେ ହେବ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର

185

କନକ ବ୍ୟୁରୋ : ସାମାନ୍ୟ ବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରୂପରେଖ । ପୂର୍ବରୁ ଶ୍ରୀମନ୍ଦିର ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ପାଇଁ ଯେଉଁ ପ୍ରସ୍ତାବ ରହିଥିଲା ସେଥିରେ ପରିବର୍ତ୍ତନ କରାଯାଇଛି । ନିଷିଦ୍ଧାଞ୍ଚଳ ବଦଳରେ ଶହେ ମିଟର ବାହାରେ ଅର୍ଥାତ ରେଗୁଲେଡଟେ ଅଞ୍ଚଳରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି । ଯେଭଳି ମୁଖ୍ୟ ମନ୍ଦିର ଦୃଶ୍ୟପଟରେ ଏହା କୌଣସି ପ୍ରଭାବ ପକାଇବନି ସେ ଦିଗରେ ଦୃଷ୍ଟି ଦିଆଯିବ ।

ନିର୍ମାଣ ସମୟରେ ଶ୍ରୀମନ୍ଦିର ଯେଭଳି ଲୁଚିବନି, ସ୍ପଷ୍ଟ ଦୃଶ୍ୟମାନ ହେବ, ସେଥିପ୍ରତି ଦୃଷ୍ଟି ଦିଆଯିବ । ସେପଟେ ପରିକ୍ରମା ପ୍ରକଳ୍ପ ବାହାରେ ରହୁଥିବା ସାହିବାସୀଙ୍କ ଗମନାଗମନ ପାଇଁ ଏକ ରାସ୍ତା ନିର୍ମାଣ ହେବ । ରାସ୍ତାର ଚଉଡା ଅନୁସାରେ ଶ୍ରୀମନ୍ଦିର ଚାରିପାଖରେ ଅଧିକୃତ ଜାଗାରେ ଏଥିପାଇଁ ଆବଶ୍ୟକ ଜାଗା ରହିଛି କି ନାହିଁ , ତାହାର ଅନୁଧ୍ୟାନ କରାଯିବ । ଆବଶ୍ୟକ ପଡିଲେ ରାସ୍ତା ପାଇଁ ଜମି ଅଧିଗ୍ରହଣ ହେବ ବୋଲି ନିଷ୍ପତ୍ତି ହୋଇଛି । ବୈଠକରେ ପୁରୀ ଜିଲ୍ଲାପାଳ, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ପରିକ୍ରମା ପ୍ରକଳ୍ପ ରୂପରେଖ ନେଇ କ’ଣ ନିଷ୍ପତ୍ତି ହୋଇଛି ?

ନିଷିଦ୍ଧାଞ୍ଚଳ ବାହାରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ହେବ
– ପୂର୍ବରୁ ଶ୍ରୀମନ୍ଦିର ଶହେ ମିଟର ନିଷିଦ୍ଧାଞ୍ଚଳରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ପ୍ରସ୍ତାବ ରହିଥିଲା
– ମୁଖ୍ୟ ମନ୍ଦିର ଦୃଶ୍ୟପଟରେ ଏହା କୌଣସି ପ୍ରଭାବ ପକାଇବନି ସେ ଦିଗରେ ଦୃଷ୍ଟି ଦିଆଯିବ
– ନିର୍ମାଣ ବେଳେ ଶ୍ରୀମନ୍ଦିର ଯେଭଳି ଲୁଚିବନି, ସ୍ପଷ୍ଟ ଦେଖାଯିବ ସେଥିପ୍ରତି ଦୃଷ୍ଟି ଦିଆଯିବ
– ପରିକ୍ରମା ପ୍ରକଳ୍ପ ବାହାରେ ରହୁଥିବା ସାହିବାସୀଙ୍କ ଗମନାଗମନ ପାଇଁ ହେବ ରାସ୍ତା
– ଶ୍ରୀମନ୍ଦିର ଚାରିପାଖେ ଅଧିକୃତ ଜାଗାରେ ଜାଗା ଅଛି କି ନାହିଁ ଅନୁଧ୍ୟାନ ହେବ
– ଆବଶ୍ୟକ ପଡିଲେ ଜମି ଅଧିଗ୍ରହଣ କରାଯିବ