ମାଟ୍ରିକ ପରୀକ୍ଷାର୍ଥୀ ଅନୁପସ୍ଥିତ ପ୍ରସଙ୍ଗ : ତୃଣମୂଳ ସ୍ତରରୁ ଗଣଶିକ୍ଷା ବିଭାଗର ଖୋଳତାଡ଼ ଆରମ୍ଭ; ପ୍ରଧାନଶିକ୍ଷକଙ୍କୁ ରିପୋର୍ଟ ତଲବ

89

କନକ ବ୍ୟୁରୋ : ମାଟ୍ରିକ୍ ପରୀକ୍ଷାର୍ଥୀ ଅନୁପସ୍ଥିତି ପ୍ରସଙ୍ଗରେ ଗଣଶିକ୍ଷା ବିଭାଗ ପକ୍ଷରୁ ତୃଣମୂଳ ସ୍ତରରୁ ଆରମ୍ଭ ହୋଇଛି ଖୋଳତାଡ । ପରୀକ୍ଷାରେ ଅନୁପସ୍ଥିତ ଥିବା ପ୍ରତିଟି ପିଲାଙ୍କ ସମ୍ପୂର୍ଣ୍ଣ ତଥ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଅଲଗା ଅଲଗା କରି ଦାଖଲ କରିବାକୁ କୁହାଯାଇଛି । କେଉଁ କାରଣ ପାଇଁ ପିଲା ପରୀକ୍ଷା ଦେଲେ ନାହିଁ ତାର ସବିଶେଷ ତଥ୍ୟ ଦେବା ପାଇଁ କୁହାଯାଇଛି ।

ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ପାଇବା ପରେ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀମାନେ ସ୍କୁଲ ପ୍ରଧାନଶିକ୍ଷକଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି । ଯେତେ ଶୀଘ୍ର ସମ୍ଭବ ପିଲାଙ୍କ ଅନୁପସ୍ଥିତିର ତଥ୍ୟ ଗୁଗୁଲ ଫର୍ମରେ ଦେବାକୁ କୁହାଯାଇଛି । ଏଥିରେ ଜିଲ୍ଲା, ବ୍ଲକ, ସ୍କୁଲର ନାମ, ପ୍ରଧାନ ଶିକ୍ଷକଙ୍କ ନାମ, ଅନୁପସ୍ଥିତ ଥିବା ପରୀକ୍ଷାର୍ଥୀଙ୍କ ନାମ ଓ ରୋଲ ନମ୍ବର ଉଲ୍ଲେଖ କରିବାକୁ କୁହାଯାଇଛି । ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ୭ ଦିନ ସମୟ ଦିଆଯାଇଥିବାରୁ ତା ପୂର୍ବରୁ ପ୍ରଧାନଶିକ୍ଷକମାନେ ଡିଇଓମାନଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ ।