ବନ୍ଦ ହେବ ଆଇଡ଼ିବିଆଇ ଓ ବ୍ୟାଙ୍କ ଅଫ୍ ବରୋଦା ସମେତ ଆଉ ୨ଟି ବ୍ୟାଙ୍କ୍ ! ଛଟେଇ ହେବେ ଅନେକ କର୍ମଚାରୀ

54

ଦେଶର ବ୍ୟାଙ୍କିଂ ସେକ୍ଟର ଲଗାତାର କ୍ଷତି ସହୁଛି । ବ୍ୟାଙ୍କର ଘାଟା କାରଣରୁ ସରକାରଙ୍କ ଉପରେ ଆର୍ଥିକ ବୋଝ ବୃଦ୍ଧି ପାଉଛି । ଏପରିସ୍ଥଳେ ବ୍ୟାଙ୍କିଂ ସେକ୍ଟରରେ ସୁଧାର ଆଣିବା ପାଇଁ ୪ଟି ବ୍ୟାଙ୍କକୁ ଏକାଠି କରିବା ପାଇଁ ଯାଉଛନ୍ତି ସରକାର । ସରକାର ୪ଟି ବ୍ୟାଙ୍କକୁ ଏକାଠି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଯଦି ସରକାର ଏହି ୪ଟି ବ୍ୟାଙ୍କକୁ ଏକାଠି କରିବା ପାଇଁ ମଞ୍ଜୁରି ଦିଅନ୍ତି, ତେବେ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପରେ ଏହା ଦ୍ୱିତୀୟ ସବୁଠାରୁ ବଡ଼ ବ୍ୟାଙ୍କ ହେବ । ଏପରି ହେବା ଦ୍ୱାରା ସରକାରଙ୍କ ଉପରୁ ବୋଝ କମିଯିବ ବୋଲି ସରକାର ଆଶା କରିଛନ୍ତି ।

ସରକାର ଆଇଡ଼ିବିଆଇ ବ୍ୟାଙ୍କ୍, ସେଣ୍ଟ୍ରାଲ ବ୍ୟାଙ୍କ୍, ବ୍ୟାଙ୍କ୍ ଅଫ୍ ବରୋଦା ଓ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସକୁ ମିଶାଇ ଏକ ବଡ଼ ସରକାରୀ ବ୍ୟାଙ୍କ ତିଆରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି । ଏହିସବୁ ବ୍ୟାଙ୍କକୁ ମିଶାଇ ଏକାଠି କରିବା ଦ୍ୱାରା ମୋଟ୍ ସମ୍ପତ୍ତି ୧୬.୫୮ ଲକ୍ଷ କୋଟି ଟଙ୍କା ହେବ ।

ବ୍ୟାଙ୍କ୍ ଗୁଡ଼ିକ ଏକାଠି ହେବା ପରେ ଦୁର୍ବଳ ବ୍ୟାଙ୍କ ଗୁଡ଼ିକ ତଥା କ୍ଷତି ସହୁଥିବା ବ୍ୟାଙ୍କ ନିଜର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଯେଉଁଠି ଅଧିକ କ୍ଷତି ହେଉଛି ସେହି ବ୍ରାଂଚକୁ ବନ୍ଦ କରିବାରେ ସକ୍ଷମ ହୋଇପାରିବେ । ଅନ୍ୟପଟେ ଯେଉଁଠି ଲାଭ ହେଉଛି ଉକ୍ତ ଅଂଚଳରେ ବ୍ୟାଙ୍କ ନିଜ ଶାଖାକୁ ବିସ୍ତାରିତ କରିପାରିବେ । ଏହା ବ୍ୟତୀତ ବ୍ୟାଙ୍କ ଗୁଡ଼ିକ ମିଶିବା ପରେ ବ୍ୟାଙ୍କ ଅତି ସହଜରେ କର୍ମଚାରୀଙ୍କୁ ଛଟେଇ କରିପାରିବେ । ବ୍ୟାଙ୍କ ଗୁଡ଼ିକର କ୍ଷତିକୁ ଦେଖିବା ପରେ କେନ୍ଦ୍ର ସରକାର ଭାଗିଦାରୀ ପାଇଁ ମଧ୍ୟ ବିଚାର କରୁଛନ୍ତି । ତେବ ଆଇଡ଼ିବିଆଇ ବ୍ୟାଙ୍କର ଆର୍ଥିକ ଅବସ୍ଥା ଏବେ ସବୁଠାରୁ ଖରାପ ।