ନୂଆବର୍ଷକୁ ଫିକା କରିପାରେ ଲଘୁଚାପ ବର୍ଷା ! ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଟ୍ରପର ରୂପନେଲା । ୩୦ରୁ ଉପକୂଳ ଓଡିଶାରେ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ 

47

କନକ ବ୍ୟୁରୋ : ପୁଣି ଆସୁଛି ଲଘୁଚାପ । ୩୦ରୁ କିଛି ଜିଲ୍ଲାରେ ହାଲକା ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ଗତକାଲି ଆଣ୍ଡମାନ ସାଗରରେ ଯେଉଁ ଲଘୁଚାପ ସୃଷ୍ଟି ହୋଇଛି ତାହା ଟ୍ରପରେ ପରିଣତ ହୋଇଛି । ଏହି ଟ୍ରପ ବଙ୍ଗୋପସାଗରେ ବିଲୀନ ହୋଇପାରେ । ମାଳୟ ଉପକୂଳରେ ଯେଉଁ ଲଘୁଚାପ ସୃଷ୍ଟି ହୋଇଛି ଏହା ବଙ୍ଗୋପସାଗରକୁ ଗତି କରିବା ପରେ ଓଡ଼ିଶା ଉପକୂଳକୁ ସମାନ୍ତରାଳ ଭାବେ ଆଗେଇବ । ଯାହା ପ୍ରଭାବରେ ୩୦ ତାରିଖରୁ ଓଡ଼ିଶା ଉପକୂଳର କିଛିି ଜିଲ୍ଲାରେ ହାଲକା ବର୍ଷା ସମ୍ଭାବନା ରହିଛି ।

ଯଦି ଏହି ଲଘୁଚାପ ସହିତ ଟ୍ରପ ମିଶିଯାଏ ତେବେ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେବେ ବଡ଼ ଧରଣର ବର୍ଷା ନଥିବାରୁ ଚାଷୀକୂଳ ପାଇଁ କୌଣସି ବିପଦର ଆଶଙ୍କା ନାହିଁଁ ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି । ୩୦ ତାରିଖରୁ ୨ ତାରିିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷା ସମ୍ଭବନା ରହିଛି ।