କନକ ବ୍ୟୁରୋ : ବାଲିଗୁଡ଼ା ନିକଟସ୍ଥ ଡ଼ୁମୁଡି଼ବନ୍ଧ ଓ କୋଟଗଡ଼ ଥାନା ଅଂଚଳରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର । ଲାଲକନା ଓ କାଗଜରେ ଲେଖାଥିବା କିଛି ପୋଷ୍ଟର ଦେଖିବାକୁ ମିଳିଛି । ମହାନ ସଂସ୍କୃତି ଦିବସକୁ ଗାଁ ଗାଁରେ ପାଳନ କରିବା ପାଇଁ ପୋଷ୍ଟରରେ ଲେଖା ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି ଧରାକୋଟରେ ମଧ୍ୟ ଦେଖିବାକୁ ମିଳିଛି ମାଓ ପୋଷ୍ଟର । ପୋଷ୍ଟରରେ ଲେଖାଅଛି ରାସ୍ତା କାମ ନାଁରେ ଠିକାଦାରଙ୍କୁ ପୋଷଣ, ଗରିବଙ୍କୁ ଶୋଷଣ କରାଯାଇଛି । ମାଓବାଦୀଙ୍କ ପୋଷ୍ଟର ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି ।