ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡଙ୍ଗୀ ଗିରଫ । ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ କଲା ମହିଳା ଥାନା ପୁଲିସ, କରାଯିବ କୋର୍ଟ ଚାଲାଣ । ଦଫା ୩୫୪, ଆଇଟି ଆକ୍ଟ ବଳରେ ଗିରଫ

535

କନକ ବ୍ୟୁରୋ: ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡଙ୍ଗୀ ଗିରଫ । ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ବିଭୁପ୍ରସାଦଙ୍କୁ ଗିରଫ କରିଛି ମହିଳା ଥାନା ପୁଲିସ । କିଛି ସମୟ ମଧ୍ୟରେ ତାଙ୍କୁ କୋର୍ଟ ଚାଲାଣ କରାଯିବ । ଯୁବତୀଙ୍କ ଅଭିଯୋଗ ଆଧାରରେ ଦୀର୍ଘ ସମୟ ଧରି ପଚରାଉଚରା ପରେ ଦଫା ୩୫୪, ଆଇଟି ଆକ୍ଟ ବଳରେ ତାଙ୍କୁ ଗିରଫ କରାଯାଇଛି ।

ତେବେ ଗତ କିଛି ଦିନ ହେବ ଏହି ରସିକିଆ ବାବୁଙ୍କୁ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଳେ ଜଣେ ମହିଳା । ତାଙ୍କ ଅଭିଯୋଗ ମୁତାବକ, ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡଙ୍ଗୀ ମୋବାଇଲକୁ ଅଶ୍ଳୀଳ ବାର୍ତା ପଠାଇଥିଲେ । ଏପରିକି ଏହି ଘଟଣାରେ ଯୁବତୀ ଜଣକ ଥାନାରେ ଏତଲା ଦେଇଥିଲେ । ଯୁବତୀ ଅଭିଯୋଗ ଆଣିଥିଲେ ଆୟୁଷ ନିର୍ଦ୍ଦେଶକ ତାଙ୍କୁ ହ୍ୱାଟସଅପରେ ଅଶ୍ଳୀଳ ବାର୍ତା ପଠାଇବା ସହ ଶାରିରୀକ ସମ୍ପର୍କ ରଖିବା ପାଇଁ ଇସାରା ଦେଉଛନ୍ତି ।