ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ଏଯାବତ୍ ଦିନକରେ ସର୍ବାଧିକ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ । ମୋଟ୍ ସୁସ୍ଥଙ୍କ ସଂଖ୍ୟା ୭ ହଜାର ୪୦୭କୁ ବୃଦ୍ଧି ।

2,481

କନକ ବ୍ୟୁରୋ: ଓଡ଼ିଶାକ କରୁଛି କରୋନା ମୁକାବିଲା, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଓଡ଼ିଶା ପାଇଁ ଖୁସି ଖବର । ଦିନକରେ ସର୍ବାଧିକ କରୋନାରୁ ସୁସ୍ଥ ହେଲେ ୪୦୧ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୭ ହଜାର ୪୦୭କୁ ବୃଦ୍ଧି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ।

ତେବେ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୧୦୦ ଜଣ, ଗଜପତିରୁ ୬୭, କଟକରୁ ୪୨, ଯାଜପୁରରୁ ୩୨, ଦେବଗଡ଼ରୁ ୧୯, କୋରାପୁଟରୁ ୧୮ ସୁସ୍ଥ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୧୫, ବରଗଡ଼ ଏବଂ ଭଦ୍ରକରୁ ୧୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ଅନ୍ୟପଟେ ବାଲେଶ୍ୱରରୁ ୧୨,କେନ୍ଦୁଝର, ମାଲକାନଗିରିରୁ ୧୦ ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ, ଜଗତସିଂହପୁରରୁ ୯ ଜଣ, ଝାରସୁଗୁଡ଼ା ଏବଂ ମୟୂରଭଞ୍ଜରୁ ୭ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି କନ୍ଧମାଳରୁ ୬ ଜଣ ଏବଂ ନୟାଗଡ଼, ସମ୍ବଲପୁରରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ନବରଙ୍ଗପୁରରୁ ୪, କେନ୍ଦ୍ରାପଡ଼ାରୁ ୩ ଏବଂ ଢ଼େଙ୍କାନାଳରୁ ୨ ଜଣ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୭ ହଜାର ୪୦୭ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।