ସନ୍ଧ୍ୟାରେ ଶପଥ ନେବେ ଦେବେନ୍ଦ୍ର ଫଡନଭିସ୍ ! ଏକନାଥ ସିନ୍ଦେ ହୋଇପାରନ୍ତି ଉପ ମୁଖ୍ୟମନ୍ତ୍ରୀ

238

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଲାଗି ରହିଥିବା କ୍ଷମତା ସଂକଟ ଭିତରେ ବାଜି ମାରିଛି ବିଜେପି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନଭିସ ଆଜି ସନ୍ଧ୍ୟା ୭ ଟାରେ ରାଜ୍ୟର ନୁଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । କୁହାଯାଉଛି କି ଆଜି ଶପଥ ଗ୍ରହଣ ବେଳେ ଫଡନଭିସ୍ ମୁଖ୍ୟମନ୍ତ୍ରୀ ଓ ଏକନାଥ ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ଏନେଇ ରାଜଭବନରେ ପ୍ରସ୍ତୁତି ଆରମ୍ଭ ହୋଇଥିବା କଥା ସୂତ୍ର ସୂଚନା ରହିଛି ।

ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେ ଇସ୍ତଫା ଦେବା ପରେ ଅନୁମାନ କରାଯାଉଥିଲା କି ଖୁବଶୀଘ୍ର ଦେବେନ୍ଦ୍ର ଫଡନଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ହେଲେ ଆଜି କିଛି ଜାତୀୟ ଗଣମାଧ୍ୟମ ରିପୋର୍ଟରେ ଫଡନଭିସ ଆସନ୍ତା କାଲି ଅର୍ଥାତ ଜୁଲାଇ ପହିଲାରେ ଶପଥ ନେବେ ବୋଲି କୁହାଯାଉଥିଲା । ହେଲେ ସବୁ କଳ୍ପନାର ଅନ୍ତ ଘଟାଇ ଆଜି ସନ୍ଧ୍ୟା ୭ ଟାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ୩ ଥର ଶପଥ ନେବାକୁ ଯାଉଛନ୍ତି ଫଡନଭିସ୍ ।