ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ମୋଡ: ପ୍ରଥମଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବେ ଏକନାଥ ସିନ୍ଦେ

527

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ମୋଡ । ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ବିଜେପି ସମର୍ଥନରେ ମହାରାଷ୍ଟ୍ରରେ ଗଠନ ହେବ ସରକାର । ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ପ୍ରେସମିଟରେ ସୂଚନା ଦେଲେ ଦେବେନ୍ଦ୍ର ଫଡନାଭିସ୍ । ଆଜି ସନ୍ଧ୍ୟା ୭ଟା ୩୦ରେ ଶପଥ ନେବେ ଏକନାଥ ସିନ୍ଦେ । କାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଉଦ୍ଧବ ଠାକରେ । ଆଜି କେବଳ ଏକନାଥ ସିନ୍ଦେ ଶପଥ ନେବେ, ପରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରାଯିବ ।

ଉଦ୍ଧବଙ୍କ ଇସ୍ତଫା ପରେ ଏବେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଏକନାଥ ସିନ୍ଦେ । ଫଡନାଭିସଙ୍କ ଘରେ ଆଜି କୋର କମିଟି ବୈଠକ ବସିଥିଲା । ବୈଠକରେ ମହାରାଷ୍ଟ୍ର ବିଜେପି ପ୍ରଭାରୀ, ଦଳୀୟ ନେତା ଚନ୍ଦ୍ରକାନ୍ତ ପାଟିଲ, ଗିରିଶ ମହାଜନଙ୍କ ପରି ବରିଷ୍ଠ ନେତା ଉପସ୍ଥିତ ଥିଲେ । ଏହାରି ଭିତରେ ଯାହାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ ତାହାର ଏକ ସମ୍ଭାବ୍ୟ ତାଲିକା ଆସିଛି । ଏହି ତାଲିକା ଶିବସେନାର ୧୨ ବାଗି ବିଧାୟକଙ୍କୁ ମନ୍ତ୍ରୀପଦ ମିଳିପାରେ ।