ଯୁବାବସ୍ଥାରେ ରହିବାକୁ ଚାହୁଁଛନ୍ତି କି ? ଖାଆନ୍ତୁ ଲିଚୁ

138

ଲିଚୁ ଗ୍ରୀଷ୍ମ ସମୟରେ ଏକ ପ୍ରମୁଖ ଫଳ । ସ୍ୱାଦରେ ମିଠା ଓ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭ ଦାୟକ । ଆୟୁର୍ବେଦ ଚିକିତ୍ସକ ଡା. ପି ସି ପ୍ରସାଦଙ୍କ ମତ ଅନୁସାରେ ଲିଚୁରେ କାର୍ବୋହାଇଡ୍ରେଟ୍ ଭିଟାମିନ୍-ସି ,ଭିଟାମିନ୍-ଏ ଓ ବି ଭରପୁର ମାତ୍ରାରେ ମିଳିଥାଏ । ଏଥିରେ ମଧ୍ୟ ପୋଟାସିୟମ ,କ୍ୟାଲସିୟମ ,ମ୍ୟାଗ୍ନେସିୟମ,ଫରଫରସ୍ ଓ ଆଇରନ୍ ଭଳି ମିନେରାଲ୍ସ ଦେଖିବାକୁ ମିଳିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ।

ପ୍ରତିଦିନ ଲିଚୁ ଖାଇଲେ ଚେହେରାର ଉଜ୍ୱଳତା ବଢିଥାଏ । ଯାହା ଦ୍ୱାରା ବୟସ ବଢିଲେ ବି ଏହାର ଛାପ ତ୍ୱଚା ଉପରେ ପଡେ ନାହିଁ । ଲିଚୁ ଖାଇଲା ବେଳେ ମଧ୍ୟ ସାବଧାନ ସହ ଖାଇବା ଦରକାର । ଏହାକୁ ଅଧିକ ମାତ୍ରାରେ ଖାଇଲେ କ୍ଷତିକାରକ ହୋଇଥାଏ । ଅଧିକ ଲିଚୁ ଖାଇବା ଦ୍ୱାରା ଚର୍ମ କୁଣ୍ଡାଇ ହୁଏ , ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୁଏ ।