ପିପିଲିରୁ ଉପନିର୍ବାଚନ ଲଢିବା ପାଇଁ ଇଚ୍ଛାପ୍ରକାଶ କଲେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ । କହିଲେ, ନିଷ୍ପତ୍ତି ନେବେ ଦଳର ସୁପ୍ରିମୋ, ସୁଯୋଗ ମିଳିଲେ ଖୁସି ହେବେ ।

332

କନକ ବ୍ୟୁରୋ : ଉପନିର୍ବାଚନ ଲଢିବାକୁ ଆଗ୍ରହୀ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ । ମହାରଥୀଙ୍କ ବିୟୋଗ ପରେ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ଖାଲିଥିବା ବେଳେ ପ୍ରତିଭା ମହାରଥୀ ଏକ ବଡ଼ ବୟାନ ରଖିଛନ୍ତି । ସେ କହିଛନ୍ତି ନିର୍ବାଚନ ଏକ ପ୍ରକିୟା । କିଏ ପ୍ରାର୍ଥୀ ହେବ ସେନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତି ନେବେ । ତେବେ ସୁଯୋଗ ମିଳିଲେ ସେ ଖୁସି ହେବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ସୁଯୋଗ ମିଳିଲେ ପ୍ରାର୍ଥୀ ହେବା କଥା କହି ପ୍ରତିଭା ସ୍ପଷ୍ଟ କରିଦେଇଛନ୍ତି ଯେ, ସେ ନିର୍ବାଚନ ଲଢିବାରେ କୌଣସି ସମସ୍ୟା ନାହିଁ । ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ଆସନରୁ କିଏ ଲଢିବ ତାକୁ ନେଇ ଚର୍ଚ୍ଚା ଜୋର ହୋଇ ଆସୁଥିଲା । ଆଉ ଏତିକିବେଳେ ସୁଯୋଗ ମିଳିଲେ ଖୁସି ହେବି କହି ପ୍ରତିଭା ନିର୍ବାଚନ ଲଢିବାକୁ ଆଗ୍ରହୀ ଥିବା ପ୍ରକାଶ କରିଛନ୍ତି । ଅବଶ୍ୟ ପୂର୍ବରୁ ଆଶା କରାଯାଉଥିଲା, ପିପିଲି ଆସନ ପାଇଁ ମହାରଥୀ ପରିବାରର କାହାକୁ ବିଜେଡି ସୁଯୋଗ ଦେଇପାରେ ।