ମାର୍ଚ୍ଚ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ହେବ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ‘କୃଷି ଓଡିଶା’ । ଚଳିତ ବର୍ଷର ମାସ୍କଟ ରହିଛି ଛତୁ । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କନକ ବ୍ୟୁରୋ: ଚଳିତ ବର୍ଷ ମାର୍ଚ୍ଚ ୧୫ ତାରିଖରୁ ୧୯ ତାରିଖ ପର୍ୟ୍ୟନ୍ତ ହେବ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ‘କୃଷି ଓଡିଶା’ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫିକି ସହଯୋଗରେ ୫ ଦିନ ଧରି ଏହି କାର୍ୟ୍ୟକ୍ରମ ବରମୁଣ୍ଡାର ବିଜୁ ପଟ୍ଟନାୟକ ଖେଳ ପଡିଆରେ ଆୟୋଜିତ ହେବ । ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟା ସାଢେ ୫ଟାରେ ଉଦଘାଟନ କରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି ଉଦଯାପନୀ ସନ୍ଧ୍ୟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ଚଳିତ ବର୍ଷ ଏହି ପ୍ରଦର୍ଶନୀର ଥିମ୍ ରହିଛି ସମନ୍ୱିତ ଚାଷ ଓ ଚାଷୀର ବିକାଶ । ଏହାସହ ଏଥର ପ୍ରଦର୍ଶନୀରେ ମୋଟ ୧୬୦ଟି ମଣ୍ଡପ ସ୍ଥାନ ପାଇବ ବୋଲି କୁହାଯାଇଛି ।
ଅନ୍ୟପଟେ ଚଳିତ ବର୍ଷ କୃଷି ଓଡିଶାରେ କୃଷକ ଉତ୍ପାଦକ ସଂଗଠନ, ମିଲେଟ ମିଶନ ଓ ମିଶନ ଶକ୍ତି, ଅମଳ ପରବର୍ତ୍ତୀ ଫସଲ ପରିଚାଳନା ନିମନ୍ତେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଆଦି ବିଷୟ ଉପରେ କେନ୍ଦ୍ରିତ ହେବ । କୋଭିଡ୍ ୧୯ ମାର୍ଗଦର୍ଶିକାକୁ ପାଳନ କରି ଏହା ଆୟୋଜିତ ହେବ । ଏହି କାର୍ୟ୍ୟକ୍ରମର ସିଧାପ୍ରସାରଣ ମଧ୍ୟ ଲୋକମାନେ ଘରେ ବସି ଦେଖିପାରିବେ ବୋଲି କୁହାଯାଇଛି ।