ମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ସାନିଟାଇଜର ପିଇବାକୁ ଉଦ୍ୟମ କଲେ ବିଧାୟକ ସୁବାଷ ପାଣିଗ୍ରାହୀ । ବୋତଲ ଛଡାଇ ଆଣିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ।

523

କନକ ବ୍ୟୁରୋ: ମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ସାନିଟାଇଜର ପିଇବାକୁ ଉଦ୍ୟମ କଲେ ବିଧାୟକ । ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହ ଭିତରେ ସାନିଟାଇଜର ପିଇବାକୁ ଆଜି ଉଦ୍ୟମ କରିଥିଲେ । ଏତିକି ବେଳେ ତାଙ୍କ ପାଖରୁ ସେହି ସାନିଟାଇଜର ବୋତଲକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଛଡାଇ ଆଣିଥିଲେ ।

ତେବେ ବିଧାନସଭା ଭିତରେ ଜଣେ ବିଧାୟକଙ୍କ ଏପରି ଉଦ୍ୟମକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ଅଂଚଳରେ ମଣ୍ଡି ସମସ୍ୟା ଦେଖାଦେଇଥିବାରୁ ଏହାକୁ ତୁରନ୍ତ ସମାଧାନ କରିବାକୁ ସେ ଦାବି କରିଥିଲେ । ନଚେତ୍ ସେ ଆତ୍ମାହୁତି କରିବେ ବୋଲି ଧମକ ଦେଇଥିଲେ । ହେଲେ ବିଧାନସଭା ଭିତରେ ତାଙ୍କର ଏହି ଉଦ୍ୟମ ଏବେ ଚାରିଆଡେ ଚର୍ଚ୍ଚା ସୃଷି କରିଛି ।

ଏହାପୂର୍ବରୁ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ବିଧାୟକ ସୁବାଷ ପାଣିଗ୍ରାହୀ କହିଥିିଲେ ଯେ, ସାରା ରାଜ୍ୟରେ ଧାନ ମଣ୍ଡି ସମସ୍ୟା ଦେଖାଦେଇଛି । ମଣ୍ଡିରୁ ଧାନ ଠିକ୍ ସେ ଉଠୁନାହିଁ । ଯେଉଁ ଚାଷୀ ଆତ୍ମହତ୍ୟା କରିବା ପାଇଁ ଧମକ ଦେଲେ ସେମାନଙ୍କ ଧାନ ଉଠାଗଲା, ହେଲେ ଅନ୍ୟାମାନଙ୍କ ଧାନ ସେମିତି ପଡିରହିଛି । ଏହାର ତୁରନ୍ତ ସମାଧାନ ନହେଲେ ସେ ଆତ୍ମହତ୍ୟା କରିବେ ।