ଅଣ୍ଟା ଯନ୍ତ୍ରଣାରେ ପୀଡ଼ିତ କି ? ମାତ୍ର ୧୦ ମିନିଟ୍ କରନ୍ତୁ ଆସନ, ମିଳିବ ଆରାମ

58

ବର୍ତ୍ତମାନର କାର୍ଯ୍ୟବ୍ୟସ୍ତ ଜୀବନଶୈଳୀ ମଧ୍ୟରେ ଶରୀର ପ୍ରତି ଧ୍ୟାନ ଦେବା କଷ୍ଟକର ହୋଇପଡୁଛି । ଫଳରେ ଆମେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ସାରା ଦିନ କାର୍ଯ୍ୟାଳୟରେ କାମ କରି କରି ଯଦି ଆପଣଙ୍କର ଅଂଟାରେ ସମସ୍ୟା ହୋଖାଯ୍ଧଶ, ତେବେ ୧୦ ମିନିଟର ଏହି ଯୋଗ ଆପଣଙ୍କର ଏହି ସମସ୍ୟାକୁ ଦୂର କରିପାରିବ । ଯଦି ଆପଣ ପ୍ରତ୍ୟେକ ଦିନ ୧୦ମିନିଟ ପାଇଁ କୋଣାସନର ଅଭ୍ୟାସ କରନ୍ତି ଆପଣଙ୍କ ଅନେକ ଫାଇଦା ମିଳିପାରିବ । ଏହି ଆସନ କରିବା ଦ୍ୱାରା ମେରୁଦଣ୍ଡ ମଜବୁତ ହେବା ସହ ଶରୀର ଷ୍ଟ୍ରେଚିଙ୍ଗ ହୋଇଥାଏ । ଏହା ବ୍ୟତିତ ଏହି ଯୋଗାଭ୍ୟାସ କରିବା ଦ୍ୱାରା ପେଟ, ଶରୀରର ତଳ ଭାଗ, ଅଂଟା ଏବଂ ଗୋଡର ମଂଶପେଶୀ ଗୁଡିକୁ ମଜବୁତ କରିଥାଏ ।

– ପ୍ରଥମେ ସିଧା ଠିଆ ହୋଇଯାଆନ୍ତୁ । ଏହା ପରେ ଦୁଇ ଗୋଡ ମଧ୍ୟରେ ଗ୍ୟାପ ରଖନ୍ତୁ ।
– ପ୍ରଶ୍ୱାସ ନେଇ ଦୁଇ ହାତକୁ ଉପରକୁ ଉଠାଇ ପାପୁଲିକୁ ଯୋଡି ହିଅନ୍ତୁ ।

-ଏହାପରେ ନିଶ୍ୱାସ ଛାଡି ଡାହାଣ ଆଡକୁ ଶରୀରକୁ ନୁଆଁନ୍ତୁ । କିଛି ସମୟ ଏହି ପରି ଭାବେ ରହିବା ପରେ ପ୍ରଶ୍ୱାସ ଛାଡି ସିଧା ହୋଇଯାଆନ୍ତୁ ।

– ପରେ ଏହି ପ୍ରକ୍ରିୟାକୁ ବମ ପଟେ ମଧ୍ୟ କରନ୍ତୁ ।

ଏହି ଆସନକୁ କରିବା ପାଇଁ ସାବଧାନତା ଅବଲମ୍ବନ କରିବା ଜରୁରୀ । ଯଦି ଯନ୍ତ୍ରଣା ବେଶୀ ଥାଏ ତେବେ ସ୍ପଣ୍ଡିଲାଇଟ ରୋଗୀ ଏହି ଆସନକୁ କରିବା ଅନୁଚିତ ।