ପିତାଙ୍କୁ କରାଯାଇଥିଲା ହତ୍ୟା ଆଉ ମା’ କ୍ୟାନସର ପୀଡ଼ିତା ! ଝିଅ ନେଲେ ଦୃଢ଼ ସଙ୍କଳ୍ପ, ହୋଇଗଲେ ଆଇଏସ୍ ଅଫିସର

40

ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁକିଛି ହାରମାନେ । ଯେତେ ବାଧାବିଘ୍ନ ଆସୁନା କାହିଁକି ଉପାୟ ଆପେ ଆପେ ଆସେ । ଏପରି ଏକ ପ୍ରେରଣାଦାୟୀ କାହାଣୀ ହେଲା ଆଇଏସ୍ ଅଧିକାରୀ କିଞ୍ଜଲ ସିଂଙ୍କର । କିଞ୍ଜଲ ସିଂ ଜଣେ କଠୋର ଓ ନୀତିନିଷ୍ଠ ଅଫିସର ଭାବେ ବେଶ୍ ପରିଚିତ । କିନ୍ତୁ ତାଙ୍କ ପରିବାରର କାହାଣୀ ଅତ୍ୟନ୍ତ ଦୁଃଖଦ । କିଞ୍ଜଲ ସିଂଙ୍କ କାମ କରିବାର ଶୈଳୀ ଯୋଗୁଁ ଫୈଜାବାଦ ଜିଲ୍ଲାରେ ଅପରାଧୀ ଥରିବାରେ ଲାଗନ୍ତି । ତେବେ ଏପର୍ଯ୍ୟନ୍ତ ପହଞ୍ଚିବା ପାଇଁ ତାଙ୍କର ରାସ୍ତା ବିଲକୁଲ ସହଜ ନଥିଲା । କଂଟକିତ ରାସ୍ତା ଅତିକ୍ରମ କରି ସେ ଆଜି ସଫଳତା ହାସିଲ କରିଛନ୍ତି । ୧୯୮୨ରେ କଞ୍ଜଲ ସିଂଙ୍କ ବାପା ଡିଏସପି କେପି ସିଂଙ୍କୁ ହତ୍ୟା କରାଯାଇଥିିଲା । ଆଉ ସେହ ସମୟରେ କିଞ୍ଜଲଙ୍କୁ ହୋଇଥିଲା ମାତ୍ର ୬ ମାସ ବୟସ । ବାପାଙ୍କ ସ୍ନେହ ପାଇବାରୁ ବଞ୍ଚିତ ହୋଇଥିଲେ କିଞ୍ଜଲ । ଯେଉଁ ସମୟରେ ଖେଳବୁଲା କରିବା କଥା ସେହି ସମୟରୁ କିଞ୍ଜଲ ମା’ଙ୍କ ସହ ଆସି ସୁପ୍ରିମ କୋର୍ଟରେ ଚକ୍କର କାଟୁଥିଲେ ।

ତାଙ୍କ ମା’ ବିଭା ସିଂ ନ୍ୟାୟ ପାଇଁ ଏକୁୁଟିଆ ଲଢ଼ୁଥିଲେ । ମା’ଙ୍କୁ ଦେଖି ଦେଖି କିଞ୍ଜଲ ପାଇଥିଲେ ପ୍ରେରଣା । କିଞ୍ଜଲଙ୍କ ପରିବାର ଏହି ସଂଘର୍ଷ ୩୧ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ଏହି କେସ୍ ୫ ଜୁନ୍, ୨୧୦୩ରେ ଶେଷ ହୋଇଥିଲା । କୋର୍ଟରେ କେପି ସିଂଙ୍କ ହତ୍ୟା ଅଭିଯୁକ୍ତଙ୍କୁ ମିଳିଥିଲା ଦଣ୍ଡ । ୧୮ ଜଣ ପୋଲିସ ଅଫିସର ଦୋଷୀ ସାବ୍ୟସ୍ତ କରିଥିଲେ । ନଷ୍ପତ୍ତିି ସମୟରେ କିଞ୍ଜଲ ଡିଏସମ ହୋଇସାରିଥିଲେ । କିଞ୍ଜଲଙ୍କ ପିତା ଡିଏସିପି କେପି ସିହ ଆଇଏସ୍ ହେବାକୁ ଚାହୁଁଥିଲେ । ତେବେ ତାଙ୍କର ମୃତ୍ୟୁର କିଛି ଦିନ ପରେ ଜଣାପଡ଼ିଲା ସେ ଆଇଏସ୍ ମୁଖ୍ୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇିଛିନ୍ତି । କିଂଜଲ ମା’ ସବୁବେଳେ କହୁଥିଲେ ମୋ ଝିଅଙ୍କୁ ମୁଁ ଆଇଏସ୍ ଅଫିସର କରିବି । ତେବେ ଏଥିରେ ଲୋକେ ତାଙ୍କ ଉପରେ ହସୁଥିଲେ ଓ ତାଙ୍କର ମଜାକ୍ ଉଡ଼ାଇଥିଲେ ।

ମା’ଙ୍କ ସଂଘର୍ଷରୁ ପ୍ରେରଣା ପାଇ କିଞ୍ଜଲ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡ଼ି ଶ୍ରୀରାମ କଲେଜରେ ଆଡ଼ମିସନ ନେଇଥିିଲେ । ଆଉ ସାଧନା ଆରମ୍ଭ କରିଥିଲେ । ତେବେ ଭଗବାନ ପୁଣି ଥରେ ଦାଉ ସାଧିଥିଲେ । ଆଉ କିଞ୍ଜଲଙ୍କୁ ଲାଗିଲା ଆଉ ଝଟକା । ପାଠ ପଢ଼ିବା ସମୟରେ ସେ ଜାଣିବା ପାଇଁ ପାଇଲେ କି ତାଙ୍କ ମା’ କର୍କଟ ରୋଗରେ ପୀଡ଼ିତ । ତଥାପି ହାର ଯାଇନଥିଲେ କିଞ୍ଜଲ । ସେ ଅଧିକ ଦୃଢ଼ପ୍ରତିଜ୍ଞ ହୋଇଥିଲେ । ଏଥିସବୁ ମଧ୍ୟରେ ୨୦୦୪ରେ ତାଙ୍କ ମା’ ମୃତ୍ୟୁବରଣ କରିଥିଲେ । ଯେଉଁ ବର୍ଷ କିଞ୍ଜଲଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା ସେ ଦିଲ୍ଲୀ ବଶ୍ୱବିଦ୍ୟାଳୟରେ ଟପ୍ କରିଥିଲେ । ବହୁତ କଷ୍ଟ ପରେ ୨୦୦୮ରେ କିଞ୍ଜଲଙ୍କୁ ଆଇଏସ୍ ପାଇଥିଲେ ।  ଆଉ ତା’ଙ୍କ ମାଙ୍କ ସ୍ୱପ୍ନକୁ ସାକର କଲେ ।