କିକି ଚ୍ୟାଲେଂଜ : ଲୋକାଲ ଟ୍ରେନରୁ ଓହ୍ଲାଇ ଡ୍ୟାନ୍ସ କରିବା ପଡିଲା ମହଙ୍ଗା, ତା’ପରେ କ’ଣ ହେଲା ଜାଣନ୍ତୁ…….

25

କିକି ଚ୍ୟାଲେଂଜର ପ୍ରତିଦିନ ନୂଆ ନୂଆ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେଉଛି । ଏମିତି ଏକ ଭିଡିଓ ରେଳ ବିଭାଗକୁ ଚିନ୍ତାରେ ପକାଇଛି । ନିକଟରେ ଜଣେ ବାଳକର କିକି ଚ୍ୟାଲେଂଜ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ଲୋକାଲ ଟ୍ରେନ୍ ରେ ଡ୍ୟାନ୍ସ କରୁଥିବାର ନଜର ଆସିଛି । ଏହି ଭିଡିଓ ସାମନାକୁ ଆସିବା କ୍ଷଣି ରେଳ ବିଭାଗ ସତର୍କ ହୋଇଯାଇଛି ଓ ଏମିତି ଚ୍ୟାଲେଂଜ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆଦେଶ ଦେଇଛି ।

ଗତ କିଛି ଦିନରେ କାରରୁ ଓହ୍ଲାଇ ଡ୍ୟାନ୍ସ କରିବାର ଏହି ଚ୍ୟାଲେଂଜ ସୋଶିଆଲ ମିଡିଆରେ ଖୁବ୍ ଟ୍ରେଣ୍ଡ କରୁଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଏହି ଟ୍ରେଣ୍ଡକୁ ଅନୁସରଣ କରୁଛନ୍ତି । ଅସଲି ଭିଡିଓ ଠାରୁ ଆରମ୍ଭ କରି ନକଲି ପର୍ଯ୍ୟନ୍ତ ପୁରା ସୋଶିଆଲ ମିଡିଆ କିକି ଚ୍ୟାଲେଂଜର ଖବରରେ ଭର୍ତ୍ତି । ଏହି ସମୟରେ ମୁମ୍ବାଇର ଲୋକାଲ ଟ୍ରେନରେ କରାଯାଇଥିବା ଡ୍ୟାନ୍ସ ରେଲୱେ ବିଭାଗ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହି ଭିଡିଓରେ ଯେଉଁ ପୁଅ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ସେ ଜଣେ ତରୁଣ ଲାଗୁଛନ୍ତି । ରେଳ ବିଭାଗ ଅଧିକାରୀଙ୍କ ଅନୁସାରେ, ଏହି ଭିଡିଓ ଦେଖିବା ଦ୍ୱାରା ଅନ୍ୟ ପିଲାମାନେ ମଧ୍ୟ ଏହାକୁ କରିବାକୁ ଚେଷ୍ଟା କରିପାରନ୍ତି । ଏଥିପାଇଁ ଏହାକୁ ରୋକିବା ପାଇଁ ମୁମ୍ବାଇ ପୁଲିସ ସହିତ ମିଶି ଏମିତି ଲୋକଙ୍କ ଉପରେ ଲଗାମ ଲଗାଇବା ପାଇଁ ଆଦେଶ ଦିଆଯାଇଛି ।