ଲଗାଣ ବର୍ଷା ଯୋଗୁଁ ଫୁଲୁଛି ନଦୀଗର୍ଭ: ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ସୁବର୍ଣ୍ଣରେଖାରେ ବଢୁଛି ଜଳସ୍ତର

48

କନକ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢ଼ୁଛି । କୁଶଭଦ୍ରା, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୁଲ୍ୟା, ଜଳକା ନଦୀ ଫୁଲୁଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବିପଦ ସଂକେତ ଟପିଛି । ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ମଥାନିଠାରେ ବିପଦ ସଂକେତ ୫ଦଶମିକ୍ ୫୦ମିଟର ଥିବାବେଳେ ଏବେ ୬ଦଶମିକ୍ ୧୩ ମିଟରରେ ପ୍ରବାହିତ ହେଉଛି ।

ସେହିପରି ରାଜଘାଟ ଠାରେ ସୁବଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇଛି । ଘୂର୍ଣ୍ଣିବଳୟ ଲଘୁଚାପ ରୂପନେଇ ସାରିଥିବାରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ଅନୁମାନ କରୁଥିବାରୁ ନଦୀର ଜଳସ୍ତର ଆହୁରି ଅଧିକ ବଢ଼ିବା ସହିତ ବନ୍ୟାର ଆଂଶଙ୍କା କରାଯାଉଛି ।

ମଙ୍ଗଳବାର ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୩.୬୯ ଫୁଟରେ ରହିଛି। ଏହି ସମୟରେ ଜଳଭଣ୍ଡାରକୁ ୮୧,୮୯୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨୯,୭୪୦ କ୍ୟୁସେକ ଜଳନିଷ୍କାସିତ ହେଉଛି।ଗୋଟିଏ ସ୍ଲୁଇସ୍ ଗେଟ୍ ଦେଇ ୧୫,୧୫୧ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଉଛି।