କନକ ବ୍ୟୁରୋ : ଶ୍ରୀକାନ୍ତ ଜେନାଙ୍କୁ ନେଇ କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ବଢିବାରେ ଲାଗିଛି । ଆଜି ଶ୍ରୀକାନ୍ତ ସୋସିଆଲ ମିଡିଆରେ ଏକ ବୟାନ ଦେଇ କହିଛନ୍ତି ମୁଁ ଖଣି ଚୋରି କରିନି । କିମ୍ବା ପଇସା ଦେଇଥିବାରୁ ହାଇକୋର୍ଟ ତାତ୍ସଲ୍ୟ କରିନାହାନ୍ତି । ଏଆଇସିସି ଜବାବ ମାଗିଲେ ମୁଁ ଦେବି ବୋଲି ଏହି ଭିଡିଓରେ କହିଛନ୍ତି ଶ୍ରୀକାନ୍ତ । ତେବେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା କାହ୍ନୁଚରଣ ଲେଙ୍କା । ସେ କହିଛନ୍ତି ଯାହା କିଛି ବିଶୃଙ୍ଖଳା ହୋଇଛି ସେନେଇ ଶୃଙ୍ଖଳା କମିଟି ଚେୟାରମ୍ୟାନ ବାରମ୍ବାର ଗଣମାଧ୍ୟମରେ କହିବା ଉଚିତ ନୁହେଁ । ଦଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଥିଲେ ଶ୍ରୀକାନ୍ତ । ଏପରିକି କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ରହିସାରିଛନ୍ତି । ତେଣୁ ଏହି ପ୍ରସଙ୍ଗରେ ରାଜ୍ୟ କଂଗ୍ରେସର ବରିଷ୍ଠନେତାମାନେ ଗଣମାଧ୍ୟମରେ ତାଙ୍କ ବିରୋଧରେ ବୟାନ ଦେବା ଠିକ ହୋଇନି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହାର ଜବାବରେ ହେମାନନ୍ଦ ବିଶ୍ୱାଳ କହିଛନ୍ତି ଶୃଙ୍ଖଳା ଭଙ୍ଗ ନେଇ ଆସିଥିବା ଅଭିଯୋଗ ଘଟଣାରେ ଆପୋଷ ବୁଝାମଣା ହେବା ଉଚିତ । ଏନେଇ ହାଇକମାଣ୍ଡଙ୍କୁ ଜଣାଇବୁ ବୋଲି ହେମାନନ୍ଦ ସୂଚନା ଦେଇଛନ୍ତି । ଦଳୀୟ ଶୃଙ୍ଖଳା ଭାଙ୍ଗିଥିବା ନେଇ ଶ୍ରୀକାନ୍ତଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ପିସିସି ଶୃଙ୍ଖଳା କମିଟି ବୈଠକରେ ଆଲୋଚନା ପରେ ଏଆଇସିସିକୁ ଏ ସମ୍ପର୍କରେ ଜଣାଇ ଦିଆଯାଇଥିଲା ।