‘ଜୁଗାର’ର ବାର୍ଷିକ ଉତ୍ସବ ପାଳିତ

101

କନକ ବ୍ୟୁରୋ: ସମ୍ବଲପୁରୀ ଭାଷା-ସାହିତ୍ୟର ପ୍ରଚାର-ପ୍ରସାର ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ସମ୍ବଲପୁରୀ ବିଶେଷାଙ୍କ ‘ଜୁଗାର୍’ ସଫଳତାର ସହ ଆଉ ଏକ ବର୍ଷ ପୂରଣ କରିଛି । ଏହି ଅବସରରେ ବରଗଡ଼ ସାଇକ୍ରିଷ୍ଣା ପ୍ୟାଲେସରେ ‘ଜୁଗାର’ର ବର୍ଷିକ ବିଶେଷ ସଂଖ୍ୟା ଉନ୍ମୋଚିତ ହୋଇଛି ।

ଏହି ଉନ୍ମୋଚନ ଉତ୍ସବରେ ସମ୍ବାଦର ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ, ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତୋ ବାଗ୍ଚି, ଓଡ଼ିଶା ହାଇକୋର୍ଟର ବିଚାରପତି ଶତ୍ରୁଘ୍ନ ପୂଜାହାରୀ, ସମ୍ବାଦର ମୁଖ୍ୟ ମହାପ୍ରବନ୍ଧକ ଅରବିନ୍ଦ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ଭାଷା, ସାହିତ୍ୟ, କଳା-ସଂସ୍କୃତି ତଥା କ୍ରୀଡ଼ା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସଂଗୀତଜ୍ଞ ଡକ୍ଟର ଘାସିରାମ ମିଶ୍ର, ନାଟ୍ୟକାର ତଥା ଭାଷ୍ୟକାର କେଶରଂଜନ ପ୍ରଧାନ, କଣ୍ଠଶିଳ୍ପୀ ସର୍ବେଶ୍ୱର ଭୋଇ ଏବଂ ରଣଜୀ ଖେଳାଳି ଦେବବ୍ରତ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।