ଆଜିଠାରୁ ହିମାଚଳରେ ଜୟରାମ ରାଜ୍ ! ଦିନ ୧୧ଟାରେ ସିମଲାରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ 

27

କନକ ବ୍ୟୁରୋ : ହିମାଚଳ ପ୍ରଦେଶର ମୂଖ୍ୟମନ୍ତ୍ରୀ ଭାବେ ଆଜି ଦିନ ୧୧ଟାରେ ଜୟରାମ ଠାକୁର ଶପଥ ଗ୍ରହଣ କରିବେ । ଶିମଲାର ଐତିହାସିକ ରିଜ ମୈଦାନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ଓ ବିଜେପି ଅଧ୍ୟକ୍ଷ ଅମିତ ଶାହା ସାମିଲ ହେବେ ।

ପ୍ରଧାନମନ୍ତ୍ରୀ ଓ ଅମିତ ଶାହାଙ୍କ ଛଡା ଏହି ଶପଥ ଗ୍ରହଣ ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଯୋଗ ଦେବେ । ଭବ୍ୟ ସମାରୋହ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅନ୍ନାଡେଲ ହେଲିପ୍ୟାଡ୍ ତଥା ଜୁବ୍ୱାର ହଟ୍ଟି ବିମାନ ବନ୍ଦର ଏସପିଜି ସୁରକ୍ଷା ବଳୟରେ ରହିଛି । ତେବେ ନୂଆ ସରକାରରେ କେତେ ଜଣ ଓ କିଏ କିଏ ମନ୍ତ୍ରୀ ରହିବେ ସେ ନେଇ କୌଣସି ସୂଚନା ମିଳିନାହିଁ । କିନ୍ତୁ ଶପଥ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା,  ପ୍ରେମ କୁମାର ଧୁମଲ ଓ ମଙ୍ଗଲ ପାଣ୍ଡେଙ୍କ ସହ ବୈଠକ କରିଛନ୍ତି ଜୟରାମ ଠାକୁର ।