ପ୍ରଥମ ଥର କାଶ୍ମୀରର କେହି ମୁସଲିମ୍ ମହିଳା ବନିଲେ ପାଇଲଟ୍ : ରକ୍ଷଣଶୀଳ ପରିବାରରୁ ଆସିଥିବା ସତ୍ୱେ ହାସଲ କଲେ ନିଜ ଲକ୍ଷ୍ୟ

42

ତିରିଶ ବର୍ଷୀୟ ଇରମ୍ ହବିବ ହେଉଛନ୍ତି ବିମାନ ଚାଳିକା ବା ପାଇଲଟ୍ ହୋଇଥିବା ପ୍ରଥମ କଶ୍ମୀର ମୁସଲମାନ ମହିଳା। ଆସନ୍ତା ମାସରେ ସେ ଏକ ଘରୋଇ ଏୟାରଲାଇନରେ ଯୋଗ ଦେବେ।

ଇରମଙ୍କ ପୂର୍ବରୁ ୨୦୧୬ରେ କାଶ୍ମୀରର ପ୍ରଥମ ମହିଳା ପାଇଲଟ୍ ତନଭି ରାଇନା ଏୟାର୍ ଇଣ୍ଡିଆରେ ଯୋଗ ଦେଇଥିଲେ। ସେ କଶ୍ମୀର ପଣ୍ଡିତ ସମ୍ପ୍ରଦାୟର। ଗତବର୍ଷ ଏପ୍ରିଲ୍ ମାସରେ କଶ୍ମୀରର ୨୧ ବର୍ଷୀୟ ଆୟେଶା ଅଜିଜ୍ ଭାରତର ପ୍ରଥମ ପାଇଲଟ୍ ଛାତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ। ରକ୍ଷଣଶୀଳ କଶ୍ମୀର ମୁସଲମାନ ପରିବାରରୁ ଆସିଥିବାରୁ ଇରମଙ୍କ ପାଇଁ ପାଇଲଟ୍ ହେବାର ମାର୍ଗ ସୁଗମ ନ ଥିଲା। ତାଙ୍କ ବାପା ସରକାରୀ ଡାକ୍ତରଖାନାକୁ ସର୍ଜିକାଲ୍ ଉପକରଣ ଯୋଗାଇବା ବ୍ୟବସାୟ କରନ୍ତି। ପିଲାଦିନୁ ଉଡ଼ିବାର ଅଭିଳାଷ ରଖିଥିବା ଇରମ୍ ପିଏଚଡି ପଢ଼ିବା ବି ଛାଡିଦେଇଥିଲେ ।

କମର୍ସିଆଲ୍ ପାଇଲଟ୍ ଲାଇସେନ୍ସ ପାଇବାକୁ ସମ୍ପ୍ରତି ଇରମ୍ ଦିଲ୍ଲୀରେ କ୍ଲାସ ନେଉଛନ୍ତି। ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାର ମିଆମିରୁ ପାଇଲଟ୍ ତାଲିମ ସମାପ୍ତ କରିଥିଲେ। ଇରାମ୍ କହନ୍ତି କି, “ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି କି ମୁଁ ଜଣେ କଶ୍ମୀରୀ ମୁସଲମାନ ଓ ପାଇଲଟ୍ ପାଠ ପଢ଼ୁଛି । କିନ୍ତୁ ମୁଁ ମୋ ଲକ୍ଷ୍ୟ ହାସଲ କରିବା ପାଇଁ ଏହି ସବୁ ଜିନିଷ ଉପରେ ଧ୍ୟାନ ଦିଏନି ।”