ରାଇସିନା ରେସ୍ ! ରାମନାଥ କୋବିନ୍ଦ ଓ ମୀରା କୁମାରଙ୍କ ବିଷୟରେ କିଛି ତଥ୍ୟ

27

ଦେଶକୁ ଆଜି ମିଳିବ ନୂଆ ରାଷ୍ଟ୍ରପତି । ଦିନ ୧୧ଟାରୁ ଭୋଟଗଣତି ଆରମ୍ଭ ହେବ । ଅପରାହ୍ନ ୫ଟା ସୁଦ୍ଧା ସ୍ଥିତି ସ୍ପଷ୍ଟ ହେବା ଆଶା କରାଯାଉଛି । ଏଥିପାଇଁ ୧୭ ତାରିଖରେ ଭୋଟ ହୋଇଥିଲା ।

ରାମନାଥ କୋବିନ୍ଦ –

– ଉତ୍ତର ପ୍ରଦେଶରୁ ରାମନାଥ କୋବିନ୍ଦ ଦୁଇ ଦୁଇଥର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି

– ୧୯୯୪ରୁ ୨୦୦୦ ଓ ୨୦୦୦ରୁ ୨୦୦୬ ସେ ରାଜ୍ୟସଭା ସାଂସଦ ରହି ସାରିଛନ୍ତି ।

– ୧୯୯୮ରୁ ୨୦୦୨ ପର୍ଯ୍ୟନ୍ତ ବିଜେପି ଦଳିତ ମୋର୍ଚ୍ଚାର ଅଧ୍ୟକ୍ଷ ଥିଲେ ।

– ସର୍ବଭାରତୀୟ କୋଲି ସମାଜର ସଭାପତି ଓ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି ।

– ୧୯୪୫ ଅକ୍ଟୋବର ୧ ତାରିଖରେ ସେ କାନପୁର ଦେହାତରେ ଜନ୍ମଗ୍ରହଣ କରିଥିଲେ ।

– କାନପୁର ବିଶ୍ୱବିଦ୍ୟାଳୟରୁ ବିକମ୍ ଓ ଏଲଏଲବି କରିଥିଲେ ରାମନାଥ କୋବିନ୍ଦ ।

– ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିଛନ୍ତି ।

– ୧୯୮୦ରୁ ୧୯୯୩ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଂ କାଉନସିଲ ଭାବେ ସୁପ୍ରିମକୋର୍ଟରେ କାର୍ଯ୍ୟ କରିଛନ୍ତି ।

– ପ୍ରାୟ ୧୬ ବର୍ଷଧରି ଜଣେ ଆଇନଜୀବୀ ଭାବେ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ କାର୍ଯ୍ୟ କରିଛନ୍ତି ରାମନାଥ ।

ମୀରା କୁମାର- 

– ମୀରା କୁମାର ପାଂଚ ଥର ସଂସଦର ସଦସ୍ୟ ହୋଇଛନ୍ତି ।

– ୧୯୮୫ରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

– ୨୦୦୯ ରୁ ୨୦୧୪ ଯାଏଁ ଲୋକସଭାର ପ୍ରଥମ ମହିଳା ବାଚସ୍ପତି ଥିଲେ ମୀରା କୁମାର ।

– ୨୦୦୪ ରୁ ୨୦୦୯ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଥିଲେ ମୀରା କୁମାର ।

– ଜଣେ ଆଇନଜୀବି ଓ ପୂର୍ବତନ ରାଷ୍ଟ୍ରଦୂତ ରୂପେ ୧୯୭୩ରେ ବିଦେଶ ସେବାରେ ଯୋଗ ଦେଇଥିଲେ ।