ରାଉରକେଲା: ଗ୍ୟାସ୍ ଲିକ୍ ଯୋଗୁଁ ଅଗ୍ନିକାଣ୍ଡ, ୨ ମୃତ

31

କନକ ବ୍ୟୁରୋ: ରାଉରକେଲାରେ ନିଆଁରେ ପୋଡି ହୋଇ ଆଇଜିଏଚ ବର୍ଣ୍ଣ ସେଂଟରରେ ଚିକିତ୍ସାଧୀନ ଥିବା ଗୋଟିଏ ପରିବାରର ୪ ସଦସ୍ୟଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇ ଜଣ ହେଲେ ୨ ଉଭଣୀ । ମୃତ ଦୁଇ ଭଉଣୀଙ୍କ ବାପା ଓ ମାଆ ଏବେବି ସଙ୍କଟାପର୍ଣ୍ଣ ଅବସ୍ଥାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ।

ସୂଚନା ମୁତାବକ, ଗତ ୩୧ ତାରିଖରେ ରାଉରକେଲାର ଇନ୍ଦିରାପାଲ୍ଲୀରେ ଏହି ଦୂର୍ଘଟଣା ଘଟିଥିଲା । ତେବେ ସଂପୃକ୍ତ ଅଂଚଳର ସୁରେଶ ତ୍ରିପାଠୀଙ୍କ ପତ୍ନୀ ସୁଚିତ୍ରା ରୋଷେଇ କରିବାବେଳେ ଗ୍ୟାସ ଲିକ୍ ଯୋଗୁଁ ଅଗ୍ନିକାଣ୍ଡରେ ଆହତ ହୋଇଥିଲେ । ସୁଚିତ୍ରାଙ୍କୁ ବଂଚାଇବାକୁ ଯାଇ ସୁରେଶ ଓ ତାଙ୍କର ଦୁଇଝିଅ ଆହତ ହୋଇଥିଲେ । ଟାଙ୍ଗରପାଲ୍ଲୀ ପୋଲିସ ସେମାନଙ୍କୁ ଉଦ୍ଧାର କରି ଆଇଜିଏଚ ପଠାଇଥିଲା ।

ଅନ୍ୟପଟେ, ବାଲିପାଟଣା ଥାନା ନିକଟସ୍ଥ ସାହୁସାହିରେ ଗତକାଲି ଗ୍ୟାସ ଟାଙ୍କି ଫାଟି ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଭୁବନେଶ୍ୱର କ୍ୟାପିଟାଲ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ପଠାଯାଇଛି ।