ଆରମ୍ଭ ହେଲା ପେଟ୍ରୋଲ ଓ ଡିଜେଲର ହୋମ ଡେଲିଭରି ! ଘରେ ବସି କରିପାରିବେ ଅର୍ଡର 

815

ଏଣିକି ପେଟ୍ରୋଲ ଓ ଡିଜେଲ ପାଇଁ ପେଟ୍ରୋଲ ପମ୍ପରେ ଆଉ ଲମ୍ବା ଲାଇନରେ ଛିଡା ହେବାକୁ ପଡିବ ନାହିଁ । ବରଂ ଗୋଟିଏ ଅନଲାଇନ ଅର୍ଡରରେ ଘରେ ପହଞ୍ଚିବ ପେଟ୍ରୋଲ ଓ ଡିଜେଲ । ଅଥାର୍ତ ଅନ୍ୟ ଅନଲାଇନ ସାମଗ୍ରୀ ଭଳି ପେଟ୍ରୋଲ ଓ ଡିଜେଲର ହୋମ ଡେଲିଭରି ସେବା ଆରମ୍ଭ ହୋଇଛି । ଇଣ୍ଡିଆନ ଅଏଲ କର୍ପୋରେସନ ପେଟ୍ରୋଲ ଓ ଡିଜେଲର ହୋମ ଡେଲିଭରି ସେବା ଆରମ୍ଭ କରିଛି । ତାହା ବି ସମ୍ପୂର୍ଣ୍ଣ ଫ୍ରୀରେ ।

ଏଣିକି ପେଟ୍ରୋଲ ଓ ଡିଜେଲ ପାଇଁ ଗ୍ରାହକଙ୍କୁ ଆଉ ପେଟ୍ରୋଲ ପମ୍ପ ଯିବାକୁ ପଡିବ ନାହିଁ । ବରଂ ଇଣ୍ଡିଆନ୍ ଅଏଲ କମ୍ପାନି ପକ୍ଷରୁ ଏଣିକି ଗ୍ରାହକଙ୍କୁ ପେଟ୍ରୋଲ ଓ ଡିଜେଲର ହୋମ ଡେଲିଭରି ସେବା ଯୋଗାଇ ଦିଆଯିବ । ତେବେ ଏଥିପାଇଁ ଗ୍ରାହକଙ୍କୁ ଅନଲାଇନରେ ଅର୍ଡର କରିବାକୁ ପଡିବ । ଆଉ ଅର୍ଡର କରିବାର କିଛି ସମୟ ମଧ୍ୟରେ ଘରେ ପହଞ୍ଚି ଯିବ ପେଟ୍ରୋଲ ଓ ଡିଜେଲ । ତେବେ ପୂର୍ବରୁ ଡିଜେଲର ହୋମ ଡେଲିଭରି ସେବା ଆରମ୍ଭ ହୋଇଥିବା ବେଳେ ଏବେ ପାଇଲଟ ପ୍ରୋଜେକ୍ଟ ଭାବେ ପେଟ୍ରୋଲର ହୋମ ଡେଲିଭରି ଆରମ୍ଭ କରାଯାଇଛି । ଚେନ୍ନାଇରେ ଏହି ନୂଆ ସେବାର ଶୁଭାରମ୍ଭ କରାଯାଇଛି ।

କେମିତି କରିବେ ଅର୍ଡର :

ଡିଜେଲର ହୋମ ଡେଲିଭରି  ସୁବିଧାର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ ନିଜ ସ୍ମାର୍ଟଫୋନରେ ରିପୋଜ ଆପ୍ ଡାଉନଲୋଡ କରିବାକୁ ପଡିବ । ଯେଉଁ ଆପ ସାହାର୍ଯ୍ୟରେ ଗ୍ରାହକ ମାନେ ଅନଲାଇନରେ ଡିଜେଲ ଅର୍ଡର କରିପାରିବେ । ତେବେ ପ୍ରତ୍ୟେକ ଗ୍ରାହକ ସର୍ବନିମ୍ନ ୨୦୦ ଲିଟର ଓ ସର୍ବାଧିକ ୨୫୦୦ ଲିଟର ଡିଜେଲ ଅର୍ଡର କରିପାରିବେ । କିନ୍ତୁ ୨୫୦୦ରୁ ଅଧିକ ଲିଟର ଡିଜେଲ ଅର୍ଡର କରିବାକୁ ଚାହୁୁଁଥିଲେ ଗ୍ରାହକଙ୍କ ପାଖରେ ପିଇଏସଓର ଲାଇସେନ୍ସ ଥିବା ଆବଶ୍ୟକ ।

ଡିଜେଲର କେମିତି ହେବ ହୋମ ଡେଲିଭରି :

ଡିଜେଲର ହୋମ ଡେଲିଭରି ପାଇଁ କମ୍ପାନି ପକ୍ଷରୁ ସ୍ୱତନ୍ତ୍ର ଟ୍ୟାଙ୍କର ପ୍ରସ୍ତୁତ କରାଯାଇଛି । ଯେପରି ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ଯୋଗାଇବାକୁ ମେସିନ ଲାଗିଥାଏ ଠିକ୍ ସେହିଭଳି ଏକ ମେସିନ ଏହି ସ୍ୱତନ୍ତ୍ର ଟ୍ୟାଙ୍କରରେ ଲାଗିଛି । ଏହି ଟ୍ୟାଙ୍କରରେ ଏକ ବଡ ଟାଙ୍କି ମଧ୍ୟ ରହିଛି । ଯେଉଁଥିରେ ୬୦୦୦ ଲିଟର ପେଟ୍ରୋଲ ଓ ଡିଜେଲ ରହିପାରିବ । ଏପରିକି ଏହି ଟ୍ୟାଙ୍କରରେ ଏକ ମୋବାଇଲ ନୋଜଲ ମଧ୍ୟ ଲାଗିଛି ଯାହାଦ୍ୱାରା ଗ୍ରାହକଙ୍କ କାର କିମ୍ବା ବାଇକରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ପକାଇହେବ । ପ୍ରାଥମିକ ପର୍ଯ୍ୟାୟରେ ଏହା ଦେଶର ପ୍ରମୁଖ ସହରରେ ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଦେଶର ସମସ୍ତ ସ୍ଥାନରେ ଉପଲବ୍ଧ କରାଯିବ ।

ଏହାପୂର୍ବରୁ ମାର୍ଚ୍ଚ ୨୦୧୮ରେ ପୁଣେ ସହରରେ ଏହି ସେବାକୁ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଥିଲା ।  ଆଉ ଏବେ ପୂରା ଦେଶରେ ଏହି ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି କମ୍ପାନି । ତେବେ ଇଣ୍ଡଷ୍ଟ୍ରରିଆଲ ଗ୍ରାହକଙ୍କୁ ଦୃଷ୍ଟିରେ ରଖି ଏହି ସେବା ଆରମ୍ଭ କରିଛି କମ୍ପାନି । ଖାସକରି ଯେଉଁମାନେ ଅଧିକ ପେଟ୍ରୋଲ ଓ ଡିଜେଲ ବ୍ୟବହାର କରୁଛନ୍ତି ସେମାନଙ୍କୁ ବେଶ ଫାଇଦା ଦେବ ଏହି ସେବା ।

ତେବେ ଇଣ୍ଡିଆନ ଅଏଲ କର୍ପୋରେସନ ଚେୟାରମ୍ୟାନ ସଜିଂବ ସିଂହଙ୍କ କହିବା ଅନୁଯାୟୀ, ପୂର୍ବରୁ କମ୍ପାନି ଡିଜେଲର ହୋମ ଡେଲିଭରି ଆରମ୍ଭ କରିଥିଲା ଏବେ ପଟ୍ରୋଲର ହୋମ ଡେଲିଭରି ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଛି । ଆଗକୁ ଦେଶର ପ୍ରମୁଖ ସହରରେ ଏହି ସେବା ଆରମ୍ଭ କରାଯିବ । ତେବେ କମ୍ପାନିର ଏହି ନୂଆ ସେବାକୁ କିଛି ପେଟ୍ରୋଲ ପମ୍ପ ମାଲିକ ମାନେ ବିରୋଧ କରିଛନ୍ତି । ଏହାଦ୍ୱାରା ଆତ୍ମହତ୍ୟା ଘଟଣା ବଢିବ ବୋଲି କହିଛନ୍ତି କିଛି ପେଟ୍ରୋଲ ପମ୍ପ ମାଲିକ ।