କନକ ବ୍ୟୁରୋ : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲଣ୍ଡ ୨ୟ ଟେଷ୍ଟ ମ୍ୟାଚର ୨ୟ ଦିନରେ ଭାରତ ନିଜ ସ୍ଥିତିକୁ ସୁଦୃଢ କରି ନେଇଛି । ଇଂଲଣ୍ଡ ନିଜ ପ୍ରଥମ ଇନିଂସରେ ୧୩୪ରନରେ ଅଲଆଉଟ ହେବା ପରେ ଭାରତ ୨ୟ ଇନିଂସରେ ଗୋଟିଏ ଓ୍ବିକେଟ ହରାଇ ୫୪ ରନ କରି ୨୪୯ ରନରେ ଅଗ୍ରଣୀ ହୋଇପାରିଛି । ରୋହିତ ଶର୍ମା ୨୫ ଓ ଚେତେଶ୍ବର ପୂଜାରା ୭ ରନ କରି ଅପରାଜିତ ଅଛନ୍ତି । ଶୁଭମନ ଗିଲ ୧୪ ରନ କରି ଆଉଟ ହୋଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଭାରତ ନିଜର ପ୍ରଥମ ଇନିଂସରେ ୩୨୯ ରନ କରି ଅଲଆଉଟ ହୋଇଯାଇଥିବାବେଳେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ମାତ୍ର ୧୩୪ ରନ କରି ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡ ଦଳର କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲିଂର ସମ୍ମୁଖୀନ ହୋଇପାରିନଥିଲେ । ସ୍ପିନର ଆର. ଅଶ୍ବୀନ ୪୩ ରନ ଦେଇ ୫ ଓ୍ବିକେଟ ନେଇଥିଲେ । ସେହିପରି ଇଶାନ୍ତ ଶର୍ମା ଓ ଅକ୍ଷର ପଟେଲ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଫଳରେ ଭାରତ ପ୍ରଥମ ଇନିଂସରେ ୧୯୫ରନରେ ଅଗ୍ରଣୀ ରହିଛି ।
ସିରିଜର ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଭାରତକୁ ୨୨୭ ରନରେ ପରାସ୍ତ କରିଥିଲା । ଫଳରେ ଇଂଲଣ୍ଡ ସିରିଜରେ ୧-୦ରେ ଆଗୁଆ ଅଛି ।