ପୁଣି ଦେଶରେ ଉପରମୁହାଁ କରୋନା ଗ୍ରାଫ୍ । ୨୪ ଘଣ୍ଟାରେ ୪୩,୭୩୩ ଆକ୍ରାନ୍ତ, ୯୩୦ ମୃତ

51

କନକ ବ୍ୟୁରୋ : ଦେଶରେ ଗତ ୨୪ ଘଂଟାରେ ୪୩ ହଜାର ୭୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୯୩୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୭ ହଜାର ୨୪୦ ଜଣ ସୁସ୍ଥ ହୋଇଛନ୍ତି । ଦେଶର ମୋଟ ସଂକ୍ରମଣ ସଂଖ୍ୟା ୩ କୋଟି ୬ଲକ୍ଷ ୬୩ ହଜାର ୬୬୫ ରହିଛି । ସୁସ୍ଥ ହୋଇଛନ୍ତି ୨କୋଟି ୯୭ ଲକ୍ଷ ୯୯ ହଜାର ୫୩୪ଜଣ । ଏବେ ବି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୪ଲକ୍ଷ ୫୯ ହଜାର ୯୨୦ଜଣ । ଦେଶର ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୪ ହଜାର ୨୧୧ଜଣ ।

ଗତ ୨୪ ଘଣ୍ଟା ମଧ୍ୟରେ ୪୭ ହଜାର ୨୪୦ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହି ଆ‌ରୋଗ୍ୟମାନଙ୍କ ସଂଖ୍ୟା ମିଶାଇ‌ଲେ ଦେଶରେ ଏବେ ସୁଦ୍ଧା ସମୁଦାୟ ୨.୯୭ କୋଟି ଆକ୍ରାନ୍ତ ଆରୋଗ୍ୟ ଲାଭ କରି ସାରିଲେଣି । ଜାତୀୟ ଆରୋଗ୍ୟ ହାର ପହଞ୍ଚିଛି ୯୭.୧୮ ପ୍ରତିଶତରେ।