ମୃତ୍ୟୁପୂର୍ବରୁ କେମିତି ଥିଲା ସନ୍ତୋଷଙ୍କ ବ୍ୟବହାର? କାହିଁକି ଜୀବନ ପ୍ରତି ଆସିଥିଲା ବିତୃଷ୍ଣାଭାବ?

263

କନକ ବ୍ୟୁରୋ: ପ୍ରଥମେ ରଶ୍ମୀରେଖା । ଆଉ ଏହାର ଠିକ ଦୁଇ ସପ୍ତାହ ପରେ ପୁରୁଷବନ୍ଧୁ ସନ୍ତୋଷଙ୍କ ସୁଇସାଇଡ ପୁରା ଘଟଣାକୁ ରହସ୍ୟଘେରକୁ ନେଇଯାଇଛି । ସନ୍ତୋଷ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ରଶ୍ମୀରେଖା ଆତ୍ମହତ୍ୟା ମାମଲାରେ ସନ୍ତୋଷଙ୍କୁ ପଚରାଉଚରା କରାଯାଇଥିଲା । କିଛିଦିନ ତଳେ ରାଉରକେଲା ସ୍ଥିତ ଘରକୁ ଯାଇଥିଲେ ସନ୍ତୋଷ । କିନ୍ତୁ ତାଙ୍କ ବ୍ୟବହାରରେ ଯଥେଷ୍ଟ ପରିବର୍ତନ ଦେଖିବାକୁ ମିଳିଥିଲା ।

-ସନ୍ତୋଷ ଘରକୁ ଆସିଲା ପରେ ମରିଯିବି ମିରିଯିବି କହୁଥିଲେ ।
-ଆଉ କାମକରିପାରିବିନି ବୋଲି ଘର ଲୋକଙ୍କୁ କହୁଥିଲେ
-ରଶ୍ମୀରେଖାକୁ ବାରମ୍ବାର ଝୁରୁଥିଲେ ସନ୍ତୋଷ
-ଭୁବନେଶ୍ୱରରୁ ଟ୍ରାନସଫର କରିବାକୁ ଚାକରୀ କରିଥିବା କମ୍ପାନୀକୁ ଅନୁରୋଧ କରିଥିଲେ
-ମଙ୍ଗଳବାର ହଠାତ୍ ବାପା, ମାଆଙ୍କ ଉପସ୍ଥିତିରେ ନିଜ ରୁମରେ ପଶି

ସେହି ସୁଇସାଇଡ ନୋଟ, ଯାହା ସନ୍ତୋଷଙ୍କ ପକେଟରୁ ମିଳିଛିି । ଏଥିରେ ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହଁନ୍ତି ବୋଲି ଲେଖାଯାଇଛି । ମାମଲାରେ ତାଙ୍କ ମାଆ-ବାପାଙ୍କୁ ଜଡିତ ନକରିବାକୁ ପୋଲିସକୁ ଅନୁରୋଧ କରିଛନ୍ତି ସନ୍ତୋଷ । ରଶ୍ମୀରେଖା ମାମଲାରେ ପୂର୍ବରୁ ସନ୍ତୋଷଙ୍କ ସହ ରଶ୍ମୀରେଖାଙ୍କ ପୂର୍ବତନ ବନ୍ଧୁ ରାଜାଙ୍କୁ କମିଶନରେଟ ପୁଲିସ ଉଚରାଉଚରା କରିଥିଲା । ରଶ୍ମୀରେଖାଙ୍କ ସହ ତାଙ୍କ ୬ ମାସ ପୂର୍ବରୁ ତାଙ୍କର କୌଣସି ସମ୍ପର୍କ ନଥିଲା ବୋଲି ରାଜା ଗଣମାଧ୍ୟମ ଆଗରେ କହିଥିଲେ ।

ରଶ୍ମୀରେଖା ଆତ୍ମହତ୍ୟା ଘଟଣାରେ ଉଭୟ ରାଜା ଓ ସନ୍ତୋଷଙ୍କୁ ପଚରାଉଚରା କରିଥିଲା ପୁଲିସ । ପରେ ଦୁଇଜଣଙ୍କୁ ମୁହାଁମୁହିଁ ଜେରା କରିବ ବୋଲି ସୂଚନା ମିଳିଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରଶ୍ମୀରେଖା ଓ ସନ୍ତୋଷ ନିଜ ମୃତ୍ୟୁ ପାଇଁ କାହାରିକୁ ଦାୟୀ କରିନାହାନ୍ତି ।

ଏବେ ପ୍ରଶ୍ନ ଉଠୁଛି , ଯଦି ସନ୍ତେଷ ରଶ୍ମୀରେଖାଙ୍କୁ ଏତେ ଭଲ ପାଉଥିଲେ ,
-କେଉଁ କାରଣରୁ ଉଭ୍ୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ?
-କଣ ପାଇଁ ରଶ୍ମୀରେଖାଙ୍କୁ ସନ୍ତୋଷ ଛାଡି ପଳାଇଥିଲେ ?
-ଦୁହିଁଙ୍କ ଭିତରେ ଫାଟ ପାଇଁ ରାଜାଙ୍କ କୌଣସି ଭୂମିକା ଥିଲା କି?