ଆତ୍ମହତ୍ୟା କରିଥିବା ଛାତ୍ରୀ ଆଶ୍ରିତାଙ୍କ ଶେଷ ଚିଠି: ଲେଖିଥିଲେ ଏମିତି କଥା…

1,596

କନକ ବ୍ୟୁରୋ: ପୁଲିସ ହାତରେ ଲାଗିଛି ଆତ୍ମହତ୍ୟା କରିଥିବା ଏମସିଏ ଛାତ୍ରୀ ଆଶ୍ରିତା ସେନାପତିଙ୍କ ଶେଷ ଚିଠି । ପ୍ରଥମେ ପ୍ରେମ ଓ ଆଉ ତାପରେ ପ୍ରେମିକ ଦେଇଥିବା ଯନ୍ତ୍ରଣାକୁ ସେ ଅଙ୍ଗେ ନିଭାଇଥିବା କଥା ଚିଠିରେ ସେ ଉଲ୍ଲେଖ କରିଛନ୍ତି । ସୁଇସାଇଡ ନୋଟରେ ଆଶ୍ରିତା ନିଜ ମାଆଙ୍କୁ ଲେଖିଛନ୍ତି , ଦୁଇଦିନ ଧରି ମା ମୁଁ କାନ୍ଦୁଛି । ସେ ମୋତେ ବହୁତ ମାରିଛି । କଷ୍ଟ ବି ଦେଇଛି । ଯେଉଁଠି ବି ଥାଏ ତୋ କଥା ବହୁତ ମନେ ପଡିବ ମା , ମୁଁ ବହୁତ କଷ୍ଟ ପାଇଲିଣି, ସରି, ମା ମୁଁ ତୋ କଥା ରଖି ପାରିଲିନି । ମୋର ଚାକୀରୀ କରିବାର ବହୁତ ଇଛା ଥିଲା ଆଉ ତାହା ହୋଇପାରିବନି । ବାପା ମୋତେ ପାରିବ କ୍ଷମା କରିଦେବ ।

ଆଶ୍ରିତାଙ୍କ ଶେଷ ଚିଠି ବୟାନ କରୁଛି ପ୍ରେମିକର ବର୍ବରତାର କାହାଣୀ । ଚାକିରୀ କରିବା ଓ ବାପା ମାଙ୍କ ପାଇଁ କିଛି କରିବାର ôସ୍ୱପ୍ନ ଏବେ ଅଧା ରହିଯାଇଛି । ଝିଅର ଏହି ଶେଷ ଚିଠି ପଢିବା ପରେ ବାପା, ମାଆଙ୍କ ପାଦରୁ ବି ମାଟି ଖସିଯାଇଛି । ପ୍ରେମ କରିବାର ଫଳ ଏତେ ଭୟଙ୍କର ହୋଇପାରେ, ତାହା ଏହି ଚିଠିରୁ ଜଣାପଡୁଛି ।

ଆଶ୍ରିତା ଙ୍କ ଶେଷ ଚିଠି ଓ ମୋବାଇଲକୁ ଜବତ କରିବା ପରେ ପୁଲିସ ହାତରେ ଲାଗିଛି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଚିଠିରେ ଲେଖାହୋଇଥିବା ଅନେକ ଅକୁହା କଥାର ଉତର ଖୋଜୁ ଖୋଜୁ ପୁଲିସ ମାଡ ମାରିଥିବା ଯୁବକ ସତ୍ୟପ୍ରକାଶ ଦାସଙ୍କ ପାଖରେ ପଂହଚିଛି ।

-୯ ବର୍ଷ ଧରି ଆଶ୍ରିତା ଓ ସତ୍ୟଙ୍କ ଭିତରେ ସମ୍ପର୍କ ଗଢିଉଠିଥିଲା
-ଉଭୟ ଗୋଟିଏ ଗାଁର ଥିଲେ, ଆଶ୍ରିତା ଏମସିଏ ପାଠ ପଢୁଥିଲେ
-ଭୁବନେଶ୍ୱରରେ ସତ୍ୟ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ
-୨୦୧୯ରୁ ବିଭିନ୍ନ କଥାକୁ ନେଇ ଆଶ୍ରିତା-ସତ୍ୟ ମଧ୍ୟରେ ମତଭେଦ ହୋଇଥିଲା

ଆତ୍ମହତ୍ୟା କରିବା ପୂର୍ବରୁ ଆଶ୍ରିତାଙ୍କୁ ଆଚାର୍ଯ୍ୟ ବିହାର ଛକରେ ଗାଳି ଓ ମାରପିଟ କରିଥିଲେ ସତ୍ୟ ପ୍ରକାଶ । ଆଉ ଏବେ ସତ୍ୟକୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।