ଉଚ୍ଚତା ବୃଦ୍ଧିକୁ ନେଇ ଚିନ୍ତିତ ଅଛନ୍ତି କି ? ଆପଣାନ୍ତୁ କିଛି ସରଳ ଉପାୟ

90

ମାତା ପିତାଙ୍କ ଉଚ୍ଚତା ଅନୁଯାୟୀ ସେମାନଙ୍କର ପିଲା ମାନଙ୍କର ଉଚ୍ଚତା ମଧ୍ୟ ସେହିଭଳି ହୋଇଥାଏ । କିନ୍ତୁ ଆଜି କାଲିର ଖରାପ ଖାଦ୍ୟ ପାନୀୟ ଯୋଗୁଁ ଅନେକ ପିଲା ମାନଙ୍କର ଉଚ୍ଚତା ବୃଦ୍ଧି ହେଉନାହିଁ । ସେଥିପାଇଁ ଅନେକ ପିଲା ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇଥାନ୍ତି । କିନ୍ତୁ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ । ବର୍ତ୍ତମାନ ସମୟରେ ଅନେକ ପିଲା ପରିବର୍ତ୍ତନ ଜୀବନଶୈଳୀ ଅନୁସାରେ ଖାଦ୍ୟ ଖାଇଥାନ୍ତି । ଯେଉଁଥିରେ ପୋଷକ ତତ୍ତ୍ୱ କମ ପରିମାଣରେ ରହିଥାଏ । ତେଣୁ ପ୍ରତ୍ୟେକ ମାତା ପିତା ସେମାନଙ୍କର ପିଲା ମାନଙ୍କର ଖାଦ୍ୟ ପାନୀୟ ଉପରେ ବିଶେଷ ଧ୍ୟାନ ଦେବା ଦରକାର । ତେବେ ଆସନ୍ତୁ ଜାଣିବା କେଉଁ ପ୍ରକାର ଖାଦ୍ୟ ଖାଇଲେ ପିଲା ମାନଙ୍କର ଉଚ୍ଚତା ବୃଦ୍ଧି ହୋଇଥାଏ ।

Eggs_and_Kids_960x640-3ଅଣ୍ଡା- ଯେଉଁ ବ୍ୟକ୍ତି ନିଜ ପିଲାର ଉଚ୍ଚତା ବୃଦ୍ଧିକୁ ନେଇ ଚିନ୍ତିତ ଅଛନ୍ତି ସେମାନେ ତାଙ୍କ ପିଲାକୁ ଅଣ୍ଡା ଖାଇବାକୁ ଦେବା ଦରକାର । କାରଣ ଅଣ୍ଡାରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଥାଏ । ପ୍ରୋଟିନ ଶରୀର ପାଇଁ ଖୁବ ଲାଭଦାୟକ । ତେଣୁ ପ୍ରତିଦିନ ପିଲାମାନେ ଅଣ୍ଡା ଖାଇବା ଦ୍ୱାରା ତାଙ୍କୁ ପ୍ରୋଟିନ ମିଳିଥାଏ, ଏବଂ ଉଚ୍ଚତା ବୃଦ୍ଧି ହେବାରେ ଖୁବ ଲାଭଦାୟକ ହୋଇଥାଏ ।

ସୋୟାବିନ- ସୋୟାବିନ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ । ଏହା ଛୋଟ ପିଲାଙ୍କର ଶାରୀରିକ ବିକାଶରେ ଅଧିକ ସହାୟତା କରିଥାଏ ଏଥିରେ ଭରପୁର ମାତ୍ରାରେ ପ୍ରୋଟିନ ରହିଥିବାରୁ ଏହା ହାଡ଼ ଓ ମାଂସପେଶୀ ମଜବୁତ ହେବାରେ ସାହାର୍ଯ୍ୟ କରିଥାଏ ।

ଚିକେନ- ଚିକେନରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ଭରି ରହିଥାଏ । ଛୋଟ ପିଲାଙ୍କୁ ଚିକେନ ଖାଇବାକୁ ଦେବା ନିହାତି ଦରକାର । ଏହା ଶରୀର ବିକାଶରେ ଖୁବ ସହାୟକ ହୋଇଥାଏ । ତେଣୁ ପିଲାର ଉଚ୍ଚତା ବୃଦ୍ଧି ପାଇଁ ମାତା ପିତାଙ୍କୁ ସେମାନଙ୍କର ପ୍ରତ୍ୟେକ ଆବଶ୍ୟକତା ପ୍ରତି ଠିକ ଭାବରେ ଦୃଷ୍ଟି ଦେବା ଦରକାର । ଯାହା ଦ୍ୱାରା ପିଲା ସ୍ୱାସ୍ଥ୍ୟବାନ ହେବା ସହିତ ତାହାର ଉଚ୍ଚତା ମଧ୍ୟ ଠିକ ରହିବ ।