୫୦ ଦିନରେ କାହିଁକି ଆତ୍ମହତ୍ୟା କଲେ ୧୨ ଚାଷୀ ! ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନୋଟିସ, ୪ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ

32

କନକ ବ୍ୟୁରୋ : ଗୋଟିଏ ପଟେ ଚାଷୀ ଆତ୍ମହତ୍ୟାକୁ ନେଇ ରାଜ୍ୟ ରାଜନୀତିକୁ ଉଷ୍ମ କରିଥିବା ବେଳେ ଅନ୍ୟପଟେ ଚାଷୀ ଆତ୍ମହତ୍ୟା ଘଟଣାକୁ ଗୁରୁତ୍ୱ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ । ଗଣମାଧ୍ୟମରେ ପ୍ରକାଶିତ ଖବର ଆଧାରରେ ଏନେଇ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି କମିଶନ । ବରଗଡର ଚାଷୀ ମୃତ୍ୟୁ ଘଟଣାର ମାତ୍ର ୫୦ ଦିନ ଭିତରେ କେଉଁ ପରିସ୍ଥିତିରେ ରାଜ୍ୟର ୧୨ ଜଣ ଚାଷୀଆତ୍ମହତ୍ୟା କଲେ ବୋଲି ମୁଖ୍ୟ ଶାସନ ସଚିବଙ୍କୁ ଜବାବ ତଲବ କରିଛନ୍ତି ଏନଏଚଆରସି । ଏନେଇ ୪ ସପ୍ତାହ ମଧ୍ୟରେ ଉତର ରଖିବାକୁ ଜାତୀୟ ମାନବାଧିକାର କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

1476865901-naveenpatnaikଏଥିରେ କମିଶନ, ପ୍ରଭାବିତ ପରିବାରଙ୍କ ଥଇଥାନ ଏବଂ ସହାୟତା ପାଇଁ କଣ ପଦକ୍ଷେପ ନିଆଯାଇଛି ତାହା ମଧ୍ୟ ଜଣାଇବାକୁ କହିଛନ୍ତି । କେବଳ ଓଡିଶା ନୁହେଁ ଦେଶର ବିଭିନ୍ନ ଅଂଚଳରେ ଚାଷୀ ଓ କୃଷି ଶ୍ରମିକ ଆତ୍ମହତ୍ୟା କରୁଥିବା ଚିନ୍ତାର ବିଷୟ ବୋଲି କମିଶନ କହିଛନ୍ତି । ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, କେରଳ, ଛତିଶଗଡ, ତାମିଲନାଡୁ ଓ ଉତର ପ୍ରଦେଶ ଆଦି ରାଜ୍ୟରେ ଚାଷୀ ଆତ୍ମହତ୍ୟା ହେଉଥିବା ବେଳେ ଏନେଇ ରାଜ୍ୟ ଓ କେନ୍ଦ୍ର ସରକାର ଅଧିକ ତ୍ୱରାନ୍ୱିତ ଭାବେ ପଦକ୍ଷେପ ନେବା ଜରୁରୀ ବୋଲି ଜାତୀୟ ମାନବାଧିକାର କମିଶନ ଗୁରୁତ୍ୱ ଦେଇଛନ୍ତି ।