ଇସ୍ରୋ ଇତିହାସରେ ଯୋଡି ହେଲା ଏକ ଅଧ୍ୟାୟ ! ଉତକ୍ଷେପଣ ହେଲା କ୍ୟାଟ୍ରୋସାଟ-୨ ସିରିଜ୍ ଉପଗ୍ରହ

25

କନକ ବ୍ୟୁରୋ: ଇସ୍ରୋ ଇତିହାସରେ ଯୋଡି ହେଲା ଆଉ ଏକ ଅଧ୍ୟାୟ । ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ମାଇଲ ଖୁଂଟ ଅତିକ୍ରମ କରିଛି ଭାରତ । ଉତକ୍ଷେପଣ ହୋଇଛି କ୍ୟାଟ୍ରୋସାଟ-୨ ସିରିଜ୍ ଉପଗ୍ରହ । ପିଏସଲଏଭି ସି-୩୮ ମାଧ୍ୟମରେ ଏକାଥରକେ ମହାକାଶକୁ ଯାଇଛି ୩୧ଟି ଉପଗ୍ରହ । ଭାରତୀୟ ଏହି କୃତ୍ରିମ ଉପଗ୍ରହକୁ ସକାଳ ୯ଟା ୨୯ରେ ପିଏସଲଏଭି ସି-୩୮ ରକେଟ୍ ସହାୟତାରେ ମହାକାଶକୁ ପ୍ରେରଣ କରାଯାଇଛି । ଏହି ଉପଗ୍ରହ ସହ ୧୪ଟି ଦେଶର ୨୯ଟି ଉପଗ୍ରହ ମଧ୍ୟ ମହାକାଶକୁ ପଠାଇବ ଇସ୍ରୋ ।

ଭୂପୃଷ୍ଠ ଠାରୁ ୫ଶହ କିଲୋମିଟର ଉପରେ ପୃଥିବୀକୁ ପରିକ୍ରମା କରିବ ଏହି ଉପଗ୍ରହ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଉତକ୍ଷେପଣ କେନ୍ଦ୍ରକୁ ଏହି ଉତକ୍ଷେପଣ କରାଯାଇଛି । ଏହା ପିଏସଏଲଭି ରକେଟର ୪୧ତମ ଉତକ୍ଷେପଣ । କ୍ୟାଟ୍ରୋସାଟ-୨ ସିରିଜର ଷଷ୍ଠ ଉପଗ୍ରହ ମହାକାଶକୁ ପଠାଇ ମହାକାଶ ଇତିହାସରେ ଆଉ ଏକ ନୂତନ ଅଧ୍ୟାୟ ଯୋଡିଛି ଭାରତ । ଏହି ଉପଗ୍ରହ ମହାକାଶରେ ୫ଶହ କିଲୋମିଟର ଉପରେ ରହି ଫଟୋ ପଠାଇବା ସହ ତଥ୍ୟ ସବୁ ପ୍ରେରଣ କରିବ ।