ରାମ ମନ୍ଦିର ନିର୍ମାଣ ପାଇଁ ଶପଥ ନେଲେ ଡିଜି । ‘ଭକ୍ତିମୟ’ହେଲା ୟୁପି ପ୍ରଶାସନ । ଯୋଗୀ ସରକାର ଉପରେ କ’ଣ ପଡିବ ପ୍ରଭାବ ?

66

ଉତ୍ତର ପ୍ରଦେଶରେ କାସଗଂଜ ହିଂସାକୁ ରାଜନୀତି ଜୋର ଧରିଥିବା ବେଳେ ରାଜ୍ୟ ପ୍ରଶାସନର ହୋମଗାର୍ଡ ଡିଜିଙ୍କ ମନ୍ତବ୍ୟ ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି । ବରିଷ୍ଠ ଆପିଏସ ଅଫିସର ତଥା ହୋମଗାର୍ଡ ଡିଜି ସୂର୍ଯ୍ୟ କୁମାର ଶୁକ୍ଳା ରାମ ମନ୍ଦିର ପାଇଁ ସଂକଳ୍ପ ନେଇଛନ୍ତି । ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅନେକ ରାମ ଭକ୍ତଙ୍କ ସହ ଉପସ୍ଥିତ ଥିବା ସୂର୍ଯ୍ୟକୁମାର ଶୀଘ୍ର ରାମମନ୍ଦିର ନିର୍ମାଣ ପାଇଁ ଶପଥ ନେଇଥିଲେ ।

ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ରାମମନ୍ଦିରକୁ ନେଇ ଆୟୋଜିତ ଏକ ସେମିନାରରେ ଉପସ୍ଥିତ ଥିଲେ ମୁସଲମି କାର୍ଯ୍ୟ ସେବା ମଂଚର ଅଧ୍ୟକ୍ଷ ଆଜମ ଖାନ ଓ ଅନେକ ନେତା । ଏଠାରେ ଉପସ୍ଥିତ ଥିବା ହୋମଗାର୍ଡ ଡିଜି ରାମମନ୍ଦିର ନିର୍ମାଣ ପାଇଁ ଶପଥ ନେବାକୁ ସହଜରେ ଗ୍ରହଣ କରିପାରିନାହାନ୍ତୁ ବୁଦ୍ଧିଜୀବୀ । ଏହି ପ୍ରସଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର ହୋଇଛି ।

ଜାନୁୟାରୀ ୨୮ରେ ହୋଇଥିବା ଏହି ସେମିନାରରେ ହିନ୍ଦୁତ୍ୱ ଓ ରାମମନ୍ଦିରକୁ ନେଇ ଅନେକ ଆଲୋଚନା ହୋଇଥିଲା । ଏହି ସମୟରେ ମଂଚରେ ଉପସ୍ଥିତ ଥିଲେ ହୋମଗାର୍ଡ ଡିଜି ସୂର୍ଯ୍ୟ କୁମାର ଶୁକ୍ଳା । ୧୯୮୨ ବ୍ୟାଚର ଆପିଏସ ଅଫିସର ଡିଜିପି ରେସର ସବୁଠୁ ଆଗରେ ଅଛନ୍ତି ।

ରାଜନୀତି ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ସହ ସଭାରେ ରାମମନ୍ଦିର ନିର୍ମାଣ ପାଇଁ ଶପଥ ନେବା ନିୟମ ବାହାରେ ବୋଲି କହି ସମସ୍ତେ ସମାଲୋଚନା କରିଛନ୍ତି । ସୂର୍ଯ୍ୟଙ୍କ ଏହି ମନ୍ତବ୍ୟ ଯୋଗୀ ସରକାର ପାଇଁ ମହଙ୍ଗା ସାବସ୍ତ୍ୟ ହୋଇପାରେ ।