ପ୍ରାତଃଭ୍ରମଣ ସମୟରେ କରନ୍ତୁ ନାହିଁ ଏହି ସବୁ ଭୁଲ ! ଧ୍ୟାନ ଦିଅନ୍ତୁ . . .

47

ଫିଟନେସ ପାଇଁ ଲୋକ ଅନେକ ପ୍ରକାରର ବ୍ୟାୟାମ କରିଥାନ୍ତି । ଏଥିରେ ସନ୍ତୁୁଳିତ ଖାଦ୍ୟ ଖାଇବା ଏବଂ ନିୟମିତ ବ୍ୟାୟାମ ମଧ୍ୟ ସାମିଲ ରହିଛି । ପ୍ରାତଃଭ୍ରମଣରେ ମଧ୍ୟ ଶରୀରକୁ ସୁସ୍ଥ ରଖିବାରେ ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଲୋକ ଜିମ୍ ଓ ଯୋଗଠାରୁ ପ୍ରାତଃଭ୍ରମଣକୁ ଅଧିକ ପ୍ରଧାନ୍ୟ ଦିଅନ୍ତି, କାରଣ ଏହା ଶରୀର ପାଇଁ ସହଜ ହୋଇଥାଏ । ପ୍ରାତଃଭ୍ରମଣ ସମୟରେ ଛୋଟ ଛୋଟ ଭୁଲ ଶରୀର ପାଇଁ ଫାଇଦା ବଦଳରେ ଶରୀର ପାଇଁ ହାନୀକାରକ ହୋଇଥାଏ । ଏଥିପାଇଁ ଆମକୁ ଅନେକ ଦିଗ ଉପରେ ଧ୍ୟାନ ଦେବାକୁ ପଡିବ । ଆସନ୍ତୁ ଜାଣିବା କିପରି କରିବା ପ୍ରାତଃଭ୍ରମଣ ।

– ସର୍ବପ୍ରଥମେ ପ୍ରାତଃଭ୍ରମଣ ପାଇଁ ଖୋଲା ଏବଂ ସବୁଜ ସ୍ଥାନକୁ ବାଛନ୍ତୁ । ଅନେକ ଲୋକ ବିଳମ୍ବରେ ଉଠନ୍ତି ଏବଂ ରସ୍ତାରେ ହିଁ ଚାଲିବା କିମ୍ବା ଦଉଡିବାକୁ ଲାଗନ୍ତି । ଫଳରେ ସଡକରେ ଚାଲୁଥିବା ଗାଡିର ଧୂଳି କାରଣରୁ ବାୟୁ ପ୍ରଦୂଷିତ ହୋଇଥାଏ ଫଳରେ ପ୍ରାତଃଭ୍ରମଣ ଲାଭ ମିଳେ ନାହିଁ । ତେଣୁ ଘର ପାଖରେ ଥିବା କୌଣସି ପାର୍କରେ ଚାଲନ୍ତୁ ଏହା ଶରୀର ପାଇଁ ଲାଭଦାୟକ ରହିବ

– ସୂର୍ଯ୍ୟ ଉଦୟ ପୂର୍ବରୁ ଚାଲିବା ଶରୀର ପାଇଁ ହିତକାରକ ହୋଇଥାଏ । କାରଣ ଏହି ସମୟରେ ପରିବେଶ ପ୍ରଦୂଷଣ କମ୍ ହୋଇଥାଏ । ଏଥିପାଇଁ ରାତିରେ ଶୀଘ୍ର ଶୋଇବା ମଧ୍ୟ ଆବଶ୍ୟକ ଅଟେ । ଫଳରେ ଶୋଇବା ଏବଂ ଉଠିବାର ଏକ ସମୟ ନିର୍ଦ୍ଧାରିତ ହୋଇଯାଏ ଏବଂ ଭଲ ନିଦ ହୁଏ ।

– ଚାଲିବା ସମୟରେ ପୋଷାକ ଏବଂ ଜୋତାର ଚୟନ ବୁଝି ବିଚାରି କରିବା ଆବଶ୍ୟକ । ଏଥିପାଇଁ ଢିଲା ପୋଷାକ ପିନ୍ଧିବା ଆବଶ୍ୟକ । ଫଳରେ ଚାଲିବା ଏବଂ ଯୋଗ କରିବାରେ ସହଜ ହୋଇଥାଏ । ଚାଲିବା ପାଇଁ ଆରାମ ଦାୟକ ଜୋତା ପିନ୍ଧିବା ଦରକାର ଏବଂ ଏହି ଜୋତାକୁ କେବଳ ପ୍ରାତଃଭ୍ରମଣ ସମୟରେ ହିଁ ବ୍ୟବହାର କରନ୍ତୁ ।

– ଅନେକ ଲୋକ ଚାଲିବା ସମୟରେ ପାଣି ପିଇଥାନ୍ତି । ଏହା ଶରୀର ପାଇଁ ହାନୀକାରକ ହୋଇଥାଏ । ଚାଲିବା ପୂର୍ବରୁ ଦୁଇରୁ ତିନି ଗ୍ଲାସ ପାଣି ପିଅନ୍ତୁ, ଏହା କରିବା ଦ୍ୱାରା ଶରୀରର ତାପମାତ୍ରା ସନ୍ତୁୁଳିତ ରହିଥାଏ । ଏହାସହ ଚାଲିବାର କିଛି ସମୟ ପରେ ପାଣି କିମ୍ବା ଜୁସ ପିଇବା ଆବଶ୍ୟକ ।