ଖିଲାଡ଼ି ତାରକାଙ୍କ ପ୍ରଶଂସାରେ ଶତମୁଖ ବିଲ୍ ଗେଟସ୍ ! ଅକ୍ଷୟ କୁମାରଙ୍କ ସିନେମା ‘ଟୟଲେଟ୍-ଏକ ପ୍ରେମ କଥା’କୁ କଲେ ପ୍ରଶଂସା

49

ଖିଲାଡ଼ି ତାରକାଙ୍କ ସିନେମାକୁ ପସନ୍ଦ କଲେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ବିଲ୍ ଗେଟସ୍ । ୨୦୧୭ରେ ଅକ୍ଷୟ କୁମାରଙ୍କ ପାଇଁ ବେଶ୍ ଭଲ କଟିଲା । ବର୍ଷ ଆରମ୍ଭରୁ ହିଁ ତାଙ୍କ ସିନେମା ‘ରୁସ୍ତମ୍’କୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ । ଆଉ ଏହି ସିନେମା ପାଇଁ ଜାତୀୟ ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା । ଆଉ ଏବେ ବର୍ଷ ଶେଷ ହେବା ସମୟରେ ତାଙ୍କର କଠିନ ପରିଶ୍ରମ ଉପରେ ଲାଗିଛି ଆଉ ଏକ ମୋହର । ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ମାଇକ୍ରୋସପ୍ଟର ପ୍ରତିଷ୍ଠାତା ବିଲ୍ ଗେଟସ୍, ଅକ୍ଷୟ କୁମାରଙ୍କ ସିନେମା ‘ଟୟଲେଟ୍ ଏକ ପ୍ରେମ କଥା’ର ପ୍ରଶଂସା କରିଛନ୍ତି ।

ନିକଟରେ ବିଲ୍ ଗେଟସ କିଛି ଏପରି ଖବର ତଥା ଟ୍ୱିଟ୍ ବିଷୟରେ ଆଲୋଚନା କହିଥିଲେ, ଯାହା ୨୦୧୭ରେ ବହୁତ ପ୍ରଭାବିତ କରିଛି । ଏହି କ୍ରମରେ ବିଲ ଗେଟସ୍ ଅକ୍ଷୟ କୁମାରଙ୍କ ସିନେମା ‘ଟୟଲେଟ୍ ଏକ ପ୍ରେମ କଥା’ର ଭୁରି ଭୁରି ପ୍ରଶଂସା କରିଛନ୍ତି । ସେ ଟ୍ୱିଟ୍ ଜରିଆରେ ଲେଖିଛନ୍ତି ‘ଟୟଲେଟ୍ ଏକ ପ୍ରେମକଥା’ ଜରିଆରେ ଭାରତର ଲୋକଙ୍କୁ ସ୍ୱଚ୍ଛତା ବିଷୟରେ ଅବଗତ କରାଯାଇଛି । ଏହା ଏକ ଖୁବ ଭଲ ସିନେମା । ତେବେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଠାରୁ ପ୍ରଶଂସା ଶୁଣି ଅକ୍ଷୟ ନିଶ୍ଚୟ ଖୁସି ହୋଇଯାଇଥିବେ ।